www.samajalive.in
Monday, December 15, 2025
26.1 C
Bhubaneswar

ପ୍ରଧାନ ଶିକ୍ଷକ ,ନିଯୁକ୍ତି ନେଇ ସ୍କୁଲ ଗେଟ ତାଲା ପକାଇଲେ- ଛାତ୍ରୀଛାତ୍ର ଓ ଅଭିଭାବକ ଧାରଣାରେ ବସିଲେ

ଗଞ୍ଜାମ – ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଅବସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବୀ ରେ ସୋମବାର ଦିନ ପରିଚାଳନା କମିଟି ଓ ଅଭିଭାବକ ପକ୍ଷରୁ ସ୍କୁଲ ଗେଟ ତାଲା । ଏହାସହ ସ୍କୁଲ ପିଲାମାନେ ଗେଟ ଆଗରେ ଧାରଣା ଦେଇଥିଲେ । ଯାହାଫଳରେ କୌଣସି ଶିକ୍ଷକ ଓ ଶିକ୍ଷୟତ୍ରୀ ସ୍କୁଲ ଯାଇପାରିନଥିଲେ ଷ

ଏହି ଘଟଣା କୁ ନେଇ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ଶେଷରେ ଅପରାହ୍ନଚାରିଟା ପରେ ରେ ଏବିଇଓ,ସଂଯୁକ୍ତା ବେହେରା, ସି ଆର ସି ସି ମହେଶ ବେହେରା ପ୍ରମୁଖ ଆସି ଅଭିଭାବକ ସହିତ ଆଲୋଚନା କରିଥିଲେ ଷ ଶେଷରେ ଆସନ୍ତା ସୋମବାର ମଧ୍ୟରେ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି କହିବା ପରେ ସମାଧାନ ହୋଇଥିଲା।

- Advertisement -

ସୂଚନା ଯୋଗ୍ୟ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ କୌଣସି କାରଣ ନେଇସ୍କୁଲ ରୁ ବହିଷ୍କାର କରାଯାଇଥିଲେ । ସ୍କୁଲ ନେଇ ଘଟଣା ରେ କିଛି ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ମାନେ ଗତ ମାସରେ ବି ଇ ଓ ଅଫିସ ଆଗରେ ମଧ୍ୟରେ ଧାରଣା ଦେଇଥିଲେ । ତିନି ଦିନ ମଧ୍ୟରେ ସେହି ଘଟଣା ସମାଧାନ କରାଯିବ ବୋଲି କହିବା ପରେ ପିଲାମାନେ ଓ ଅଭିଭାବକ ମାନେ ଫେରିଯାଇଇଥିଲେ । ଇତି ମଧ୍ୟରେ ଏକ ମାସ ବିତିଯାଇଥିଲେ ମଧ୍ୟ୍ୟ ଉକ୍ତ ସ୍କୁଲ ରେ ପ୍ରକାଶ ବେହେରା କିମ୍ଵା ଅନ୍ୟ କୌଣସି ଶିକ୍ଷକ କୁ ନିଯୁକ୍ତି ମିଳିଲା ନାହିଁ । ଏହାକୁନେଇ ପିଲାମାନେ ଓ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସୋମବାର ଦିନ ବାଧ୍ୟ ହୋଇ ପରିଚାଳନା କମିଟି ଓ ଅଭିଭାବକ ମାନେ ଗେଟ ତାଲା ପକାଇଥିଲେ । ସ୍କୁଲ ପିଲାମାନେ ଧାରଣରେ ବସିଥିଲେ ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories