www.samajalive.in
Saturday, December 6, 2025
14.1 C
Bhubaneswar

କୃଷି ଋଣ ଛାଡ ନାମରେ କଂଗ୍ରେସ କୃଷକଙ୍କୁ ବିଭ୍ରାନ୍ତ କରୁଛି : ମୋଦୀ

ଧର୍ମଶାଳା : କୃଷି ଋଣ ଛାଡ ନେଇ କଂଗ୍ରେସ କୃଷକମାନଙ୍କୁ ବିଭ୍ରାନ୍ତ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କୃଷି ଋଣ ଛାନ ନ କଲେ ପ୍ରଧାନମନ୍ତ୍ରୀଙ୍କୁ ଶୁଆଇ ଦିଆଯିବ ନାହିଁ ବୋଲି ନିକଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ପରିପ୍ରେକ୍ଷୀରେ ମୋଦୀ ଏହା କହିଛନ୍ତି। ସେହିଭଳି ଯେଉଁମାନେ ପୂର୍ବରୁ ଦେଶକୁ ଲୁଟିଥିଲେ ଏବେ ସେମାନେ ଦେଶର ଜଗୁଆଳିଙ୍କ ଉପରେ ଦୋଷାରୋପ କରୁଛନ୍ତି ବୋଲି ରାଫେଲ ପ୍ରସଙ୍ଗରେ ପରୋକ୍ଷରେ ସେ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି । ହିମାଚଳ ପ୍ରଦେଶେରେ‌ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନେତୃତ୍ବାଧୀନ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଧର୍ମଶାଳାଠାରେ ଗୁରୁବାର ଅନୁଷ୍ଠିତ ଜନ ଆଭାର ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି।

ଏକ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି, ହିମାଚଳପ୍ରଦେଶ ତାଙ୍କ ଘର ଭଳି। ଦୀର୍ଘ ଦିନ ପର୍ଯ୍ୟନ୍ତ ଏଠାରେ ରହି ସେ ଦଳୀୟ କାର୍ଯ୍ୟ କରିଛନ୍ତି। ରାଜ୍ୟର ବିକାଶ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ୨୬ ହଜାର କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ପେନସନ ଯୋଜନା ଉପରେ ମଧ୍ୟ ମୋଦୀ ଗୁରୁତ୍ବ ଦେଇଛନ୍ତି । ପରେ ସେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଯୋଜନା ଆଧାରରେ ହୋଇଥିବା ବିକାଶ ସମ୍ବନ୍ଧୀୟ ଏକ ପ୍ରଦର୍ଶନୀ ବୁଲି ଦେଖିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଠାକୁରଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମାଲ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡା ଏବଂ କାଙ୍ଗ୍ରା ସାଂସଦ ଶାନ୍ତା କୁମାର ଯୋଗ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories