www.samajalive.in
Saturday, December 13, 2025
14.1 C
Bhubaneswar

ନୂଆ ଭାରତ ଗଠନରେ ଜାପାନର ଭୂମିକା ଗୁରୁତ୍ବପୂର୍ଣ୍ଣ

ଓସାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ଗୁରୁବାର ଜାପାନର କୋବେ ଠାରେ ଭାରତୀୟ ସମ୍ପ୍ରଦାୟକୁ ଉଦବୋଧନ ଦେଇଛନ୍ତି। ମୋଦୀ କହିଛନ୍ତି ଯେ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଆହୁରି ଅଗ୍ରଗତି କରିବାକୁ ଯାଉଛି। ସେ କହିଛନ୍ତି ଯେ ଭାରତର ବିକାଶରେ ଜାପାନ ଏକ ଅଂଶୀଦାର ହୋଇ ରହିଆସିଛି। ତେଣୁ ନୂଆ ଭାରତ ଗଠନରେ ଜାପାନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
୨୦୨୨ସୁଦ୍ଧା ଏହାର ଚନ୍ଦ୍ର ଅଭିଯାନ ଚନ୍ଦ୍ରୟାନ-୨ ଆରମ୍ଭ କରିବ। ଏଥିସହ ମାନବବାହୀ ମହାକାଶ ଅଭିଯାନ ‘ଗଗନୟାନ’ର ମଧ୍ୟ ଶୁଭାରମ୍ଭ ହେବ ବୋଲି ସେ ପୁନଃ ପ୍ରକାଶ କରିଛନ୍ତି।
ପୂର୍ବପେକ୍ଷା ବିପୁଳ ଭୋଟରେ ତାଙ୍କୁ ପୁନଃ ନିର୍ବାଚିତ କରି କ୍ଷମତାସୀନ କରିଥିବାରୁ ଏହି ଅବସରରେ ସେ ଭୋଟରମାନଙ୍କୁ ପୁନଃ ଧନ୍ୟବାଦ ଜଣାଇଛନ୍ତି। ମୋଦୀ କହିଛନ୍ତି ସାତ ମାସ ପୂର୍ବେ ସେ ଏଠାକୁ ଆସିଥିଲେ। ତତସମୟରେ ଜାପାନରେ ଭୋଟିଂ ହୋଇଥିଲା। ଜାପାନବାସୀ ତାଙ୍କ ବନ୍ଧୁ ତଥା ତାଙ୍କ ପ୍ରତିପକ୍ଷ ସିଞ୍ଜୋ ଆବେଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ। ସଂଯୋଗ ବଶତଃ ଭାରତରେ ନିର୍ବାଚନ ଶେଷ ହୋଇଛି ଓ ଦେଶବାସୀ ପ୍ରଧାନ ସେବକଙ୍କ ଉପରେ ବିଶ୍ବାସ ପ୍ରକାଶ କରିଛନ୍ତି। ୧୯୭୧ ପରେ ପ୍ରଥମଥର ଲାଗି ଦେଶବାସୀ ସରକାରରେ ଥିବା ଦଳକୁ ବିପୁଳ ଭୋଟରେ ଜିତାଇଛନ୍ତି।
ଭାରତ ଓ ଜାପାନର ମିତ୍ରକୁ ପ୍ରଶଂସା କରି ସେ କହିଛନ୍ତି କାର ନିର୍ମାଣଠାରୁ ଆରମ୍ଭ କରି ଏବେ ବୁଲେଟ ଟ୍ରେନ ନିର୍ମାଣରେ ଉଭୟ ଦେଶ ପରସ୍ପରକୁ ସହଯୋଗ କରୁଛନ୍ତି। ସ୍ବାମୀ ବିବେକାନନ୍ଦ, ଗୁରୁଦେବ ରବୀନ୍ଦ୍ରନାଥ ଠାକୁର, ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଜଷ୍ଟିସ ରାଧାବିନୋଦ ପଲଙ୍କ ସମେତ ବହୁ ଭାରତୀୟ ଦୁଇ ଦେଶର ସମ୍ପର୍କକୁ ମଜଭୁତ କରିଥିଲେ। ଏହି କାରଣରୁ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଦ୍ବିପାକ୍ଷିକ ସମ୍ପର୍କ ଅଧିକ ମଜଭୁତ ହୋଇଛି ବୋଲି ମୋଦୀ ସ୍ମୃତିଚାରଣ କରିଛନ୍ତି। ଭାରତରେ ବିକାଶରେ ଦଶନ୍ଧି ଦଶନ୍ଧି ଧରି ଜାପାନର ସହଯୋଗୀତା ରହିଆସିଛି। ଭାରତର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ପୁରଣ କରିବାରେ ଜାପାନ ସହଯୋଗ କରୁଛି ବୋଲି ସେ ଦର୍ଶାଇଛନ୍ତି।

Hot this week

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

Related Articles

Popular Categories