www.samajalive.in
Tuesday, December 9, 2025
17.1 C
Bhubaneswar

ନୂତନ ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କବିତା – ‘ଅଭି ତୋ ସୁରଜ ଉଗା ହେ…..’

ନୂଆଦିଲ୍ଲୀ : ବର୍ଷ ୨୦୨୦ ଶେଷ ହୋଇଛି ଏବଂ ନୂତନ ବର୍ଷ ୨୦୨୧ ଏକ ନୂଆ ସକାଳ ସହିତ ଆରମ୍ଭ ହୋଇଛି। ଏହି ନୂତନ ବର୍ଷ ପାଇଁ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି କାରଣ ଗତ ବର୍ଷ ଅତ୍ୟନ୍ତ ଦୁଃଖଦାୟକ ଏବଂ ଯନ୍ତ୍ରଣାଦାୟକ ଥିଲା । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ କବିତା ଲେଖି ଟ୍ୱିଟରରେ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ କବିତାର ଶୀର୍ଷକରେ ଲେଖିଛନ୍ତି ‘ଅଭି ତୋ ସୁରଜ ଉଗା ହେ’ …. ଅର୍ଥାତ୍ ‘ବର୍ତ୍ତମାନ ସୂର୍ଯ୍ୟ ଉଦୟ ହୋଇଛି ଏବଂ ଏହା ଲୋକଙ୍କୁ ଏକ ନୂତନ ଆଶା ଦେଇଛି ଯେ, ଅନେକ ଅସୁବିଧାର ସମ୍ମୁଖୀନ ହେବା ପରେ ସମସ୍ତଙ୍କ ଜୀବନରେ ନୂଆ ଆଲୋକ ଆସେ। ଯଦିଓ ବିଶ୍ବର ଲୋକମାନେ କରୋନା ଜୀବାଣୁ ସମସ୍ୟା ସହ ସଂଘର୍ଷ କରୁଛନ୍ତି, ତଥାପି ନୂତନ ବର୍ଷକୁ ନେଇ ଅନେକ ଆଶା ରହିଛି।

- Advertisement -


ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି କବିତା @mygovindia ର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଏହି କବିତାର ଧାଡ଼ି ଲେଖିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ କବିତାକୁ ସ୍ୱର ଦେଇଛନ୍ତି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ କରି ନୂଆ ବର୍ଷକୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି ଯେ ଆପଣଙ୍କୁ ନୂଆ ବର୍ଷର ଅନେକ ଶୁଭେଚ୍ଛା । ଏହି ବର୍ଷ ଆମ ପାଇଁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଏବଂ ସମୃଦ୍ଧତା ଆଣିଦେଉ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories