www.samajalive.in
Tuesday, December 9, 2025
15.1 C
Bhubaneswar

ସତ୍ୟ ଆଧାରିତ ତଥ୍ୟ ଖବରକୁ ନୈତିକ ଶକ୍ତି ଯୋଗାଇଥାଏ – ମୋଦୀ

ନୂଆଦିଲ୍ଲୀ: ସତ୍ୟ ଆଧାରିତ ତଥ୍ୟ ଖବରକୁ ନୈତିକ ଶକ୍ତି ଯୋଗାଇଥାଏ। ଏହାକୁ ଆଧାର କରି ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକ ସର୍ବସାଧାରଣଙ୍କ ସମ୍ମୁଖରେ ବୌଦ୍ଧିକ ଏବଂ ତର୍କ ସଂଗତ ପ୍ରସଙ୍ଗ ଉପସ୍ଥାପନ କରିବା ଉଚିତ। ଚେନ୍ନାଇରୁ ପ୍ରକାଶ ପାଉଥିବା ରାଜନୈତିକ ଓ ବ୍ୟଙ୍ଗାତ୍ମକ ତାମିଲ ପତ୍ରିକା ‘ତୁଗ୍‍ଲକ୍‍’ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉପଲକ୍ଷେ ଟେଲିଭିଜନ ମାଧ୍ୟମରେ ନୂଆଦିଲ୍ଲୀରୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ସେ କହିଛନ୍ତି, ବିଭିନ୍ନ ଗଠନମୂଳକ ପ୍ରସଙ୍ଗରେ ଗଣମାଧ୍ୟମର ଭୂମିକା ପ୍ରଶଂସନୀୟ। ବିଶେଷକରି ସ୍ୱଚ୍ଛଭାରତ ମିଶନ ଓ ପ୍ଲାଷ୍ଟିକ୍‍ ପ୍ରଦୂଷଣକୁ ରୋକିବା ଆଦିରେ ଜନସଚେତନତା ସୃଷ୍ଟି ଦିଗରେ ଗଣମାଧ୍ୟମ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ବୋଲି ସେ କହିଛନ୍ତି।

ରାଷ୍ଟ୍ର ଗଠନ କ୍ଷେତ୍ରରେ ଭାରତୀୟ ଗଣମାଧ୍ୟମ ଏଭଳି ମହାନ କାର୍ଯ୍ୟକୁ ଭବିଷ୍ୟତରେ ଅବ୍ୟାହତ ରଖିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଦେଶର ପୁରୁଣା ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ୩୭୦ ଧାରା ଓ ଧାରା ୩୫-ଏର ଉଚ୍ଛେଦ, ତିନିତଲାକ ବ୍ୟବସ୍ଥାର ଅବସାନ, ଉଚ୍ଚବର୍ଗର ଗରିବମାନଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ପ୍ରବର୍ତ୍ତନ, ଓବିସି କମିଶନ ଗଠନ ଏବଂ ଆୟୁଷ୍ମାନ ଭାରତ ଯୋଜନାର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗଣମାଧ୍ୟମ ସାମ୍ବାଦିକତା କ୍ଷେତ୍ରରେ ନୈତିକତାକୁ ଗୁରୁତ୍ୱ ଦେବା ଦେବା ସହ ବିଶ୍ୱସନୀୟ ସମ୍ବାଦ ପରିବେଷଣ କରି ନିଜର ପରାକାଷ୍ଠା ଓ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ।

- Advertisement -

ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟାନାଇଡୁ ଚେନ୍ନାଇଠାରେ ଆୟୋଜିତ ଉତ୍ସବରେ ପତ୍ରିକାର କର୍ମଚାରୀମାନଙ୍କୁ ସମ୍ମାନିତ କରିଥିଲେ। ସେ କହିଥିଲେ ଯେ ସକାରାତ୍ମକ ବିଚାର ସହିତ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଭଳି ପ୍ରସଙ୍ଗରେ ଗଣମାଧ୍ୟମ ସର୍ବଦା ସଚେତନ ରହିବାକୁ ସେ ପରାମର୍ଶ ଦେଇଥିଲେ। ପତ୍ରିକାର ପ୍ରତିଷ୍ଠାତା ଚୋ ରାମସ୍ୱାମୀଙ୍କ ନିର୍ଭୀକତା ଓ ସାହସିକତାକୁ ସେ ଏହି ଅବସରରେ ସ୍ମରଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories