www.samajalive.in
Tuesday, December 9, 2025
15.1 C
Bhubaneswar

ଜିଲ୍ଲା ପ୍ରେସକ୍ଲବର ସାଧାରଣ ବୈଠକ ଓ ବାଳକ ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ହରଭଙ୍ଗା : ଜିଲ୍ଲା ପ୍ରେସକ୍ଲବର ପ୍ରତିଷ୍ଠା ଦିବସ ଅବସରରେ ଆଜି ହରଭଙ୍ଗା ବ୍ଲକ ବଙ୍କାପଡା ଗ୍ରାମ ଠାରେ ଶିଶୁ ମାନଙ୍କୁ ଫଳ ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଥିଲା। ଏହାପରେ କ୍ଲବର ସଭାପତି ବରଜ କୁମାର ବେହେରାଙ୍କ ସଭାପତିତ୍ୱରେ କ୍ଲବର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପ୍ରାରମ୍ଭରେ ରାଜ୍ୟରେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକଙ୍କ ଅମ୍ଳାନ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ସଂପାଦକ ରଘୁନାଥ ଷଡଙ୍ଗୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବାସହ ଆୟ ବ୍ୟୟ ହିସାବ ଉପସ୍ଥାପନା କରିଥିଲେ। ଏଥିସହ ସଭାପତିଙ୍କ ସୁଚନାମତେ କ୍ଲବର ପରାମର୍ଶଦାତା ବରିଷ୍ଠ ସାମ୍ବାଦିକ କପିଳେଶ୍ୱର ପ୍ରଧାନଙ୍କ ଅସୁସ୍ଥତାକୁ ଆଲୋଚନା କରାଯାଇ ତାଙ୍କର ଚିକିତ୍ସାପାଇଁ ଦଶ ହଜାର ଟଙ୍କା ସହଯୋଗ ରାଶି ପ୍ରଦାନ କରାଯିବାପାଇଁ ନିଷ୍ପତି ନିଆଯିବାସହ ଉପସ୍ଥିତ ସଦସ୍ୟମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ଏହାପରେ ଆସନ୍ତା ୨୦୨୧ ମସିହା ପାଇଁ କ୍ଲବର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇ ଅନେକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଲବର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ। ଶେଷରେ ସଦସ୍ୟ ସତ୍ୟ ନାରାୟଣ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories