www.samajalive.in
Friday, December 5, 2025
26.1 C
Bhubaneswar

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି

କଣ୍ଟିଲୋ/ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ସେ ନୟାଗଡ଼ ଜିଲା କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବା ସହିତ ନିକଟରେ ଥିବା ବିଶ୍ବାବସୁ ଶବରରାଜାଙ୍କ ଜନ୍ମସ୍ଥାନ କାଳିଆପଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ବିଶ୍ବାବସୁ ଶବର ସମାଜ ପ୍ରତିଷ୍ଠାନର ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରୁ ରାଷ୍ଟ୍ରପତି କାର୍ଯ୍ୟକ୍ରମ ସାରି ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରି ରାଜଭବନରେ ରାତ୍ରିଯାପନ କରିବେ। ମଙ୍ଗଳବାର ପୂର୍ବାହ୍ଣ ୯ଟା ସମୟରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଭୁବନେଶ୍ବର ସହିତ କଣ୍ଟିଲୋରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଆଜି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦିଲ୍ଲୀରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଦ୍ବାରା ଆସି ଅପରାହ୍ଣ ୧ଟା ୩୦ମିନିଟ୍‌ରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟରରେ କଣ୍ଟିଲୋ ଅଭିମୁଖେ ଯାତ୍ରା କରିବେ। ଅପରାହ୍ଣ ୨ଟା ୧୦ମିନିଟ୍‌ରେ କଣ୍ଟିଲୋରେ ପହଞ୍ଚିବା ପରେ ପୂର୍ତ୍ତ ଡାକ ବଙ୍ଗଳାରେ ୩୦ ମିନିଟ୍‌ ବିଶ୍ରାମ ନେଇ ନୀଳମାଧବ ମନ୍ଦିର ପରିଦର୍ଶନ ଅଭିମୁଖେ ବାହାରିବେ। ନୀଳମାଧବଙ୍କୁ ଦର୍ଶନ ପରେ ସେଠାରୁ ସଡ଼କ ପଥରେ କାଳିଆପଲ୍ଲୀ ଗ୍ରାମକୁ ଯିବେ। ଏଥିପାଇଁ ସରକାରୀ ସ୍ତରରେ ଦୀର୍ଘ ୨୦ଦିନ ଧରି ଚାଲିଥିବା ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ କଣ୍ଟିଲୋ ଚଳଚଞ୍ଚଳ ହୋଇଛି। ପୁଲିସ ବିଭାଗ ପକ୍ଷରୁ ମକ୍‌ଡ୍ରିଲ ସହ ପ୍ରସ୍ତୁତ ହୋଇଥିବା ୫ଟି ହେଲିପ୍ୟାଡ୍‌କୁ ବିଭାଗୀୟ ଅଧିକାରୀ ଯାଞ୍ଚ କରିଛନ୍ତି। ପୁଲିସ ଏଡିଜି ସଞ୍ଜୟ କୁମାର କଣ୍ଟିଲୋ ଆସି ଆଇନଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିଥିବାବେଳେ ପୁଲିସର ସନ୍ଧାନୀ କୁକୁର ଦ୍ବାରା ଯାଞ୍ଚ କରାଯାଇଛି। ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍‌ ଦଳ ମନ୍ଦିର ଓ ମହାନଦୀର ଦକ୍ଷିଣ ପାର୍ଶ୍ବ ମାଳବନ୍ଧରେ ସଜାଗ ରହିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ନେଇ କମିସନରେଟ ପୁଲିସ ପକ୍ଷରୁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ଆୟୁକ୍ତ ଏସ୍‌. ଦେବଦତ୍ତ ସିଂ ଓ ଉପାୟୁକ୍ତ ଜଗମୋହନ ମୀନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ କାର୍‌କେଡ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ପାଇଁ ତିନିଜଣ ଉପାୟୁକ୍ତଙ୍କ ନେତୃତ୍ବରେ ୩ ଅତିରିକ୍ତ ଉପାୟୁକ୍ତ, ୪୦ ସହକାରୀ ପୁଲିସ ଆୟୁକ୍ତ, ୨୮ ଆଇଆଇସି, ୧୧୦ ଏସ୍‌ଆଇ ଓ ଏଏସ୍‌ଆଇ ଓ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ପୁଲିସ ଉପାୟୁକ୍ତ ଶ୍ରୀ ମୀନା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ରବିବାର ଅପରାହ୍ଣରେ ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ପୁଲିସ ବାରକେଡ୍‌ ରିହରସଲ କରିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories