www.samajalive.in
Monday, December 15, 2025
16.1 C
Bhubaneswar

ବିଦାୟୀ ରାଷ୍ଟ୍ରପତି କୋବିନ୍ଦଙ୍କ ପରାମର୍ଶ, ବିତର୍କ ଓ ବିବାଦ ବେଳେ ଗାନ୍ଧୀ ଆଦର୍ଶ ଅନୁସୃତ ହେଉ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦ ଶନିବାର ସନ୍ଧ୍ୟାରେ ତାଙ୍କର ବିଦାୟୀ ଅଭିଭାଷଣ ପ୍ରଦାନ କରିଛନ୍ତି। ଏହି ଅବସରରେ ସେ ବିତର୍କ ଓ ବିବାଦ ସମୟରେ ଗାନ୍ଧୀ ଆଦର୍ଶର ଅନୁସରଣ ପାଇଁ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି। ସଂସଦ ହେଉଛି ସାଂସଦମାନଙ୍କ ପାଇଁ ମନ୍ଦିର। ଏହାର ସଦସ୍ୟମାନେ ସର୍ବଦା ଗଠନମୂଳକ ବିତର୍କରେ ଅଂଶଗ୍ରହଣ କରିବା ଉଚିତ। ବିତର୍କ ସମୟରେ ସେମାନେ ଗାନ୍ଧୀ ଦର୍ଶନର ଅନୁସରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସଂସଦ ଭବନର କେନ୍ଦ୍ରୀୟ ହଲ୍‌ରେ ଉଦ୍‌ବୋଧନ ଦେଲାବେଳେ କୋବିନ୍ଦ ଦେଶବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ରବିବାର, ୨୪ରେ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହାର ଅବ୍ୟବହିତ ପୂର୍ବରୁ ତାଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ସମ୍‌ ବିରଳା ପ୍ରମୁଖ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ବାଚସ୍ପତି ବିରଳା କୋବିନ୍ଦଙ୍କୁ ସାଂସଦମାନଙ୍କ ଦସ୍ତଖତ ସମ୍ବଳିତ ମାନପତ୍ର ଓ ସ୍ମାରକୀ ଉପହାର ଦେଇଛନ୍ତି। ଏହି ଅବସରରେ କୋବିନ୍ଦ ଭାବବିହ୍ବଳ ହୋଇ ସ୍ମୃତି ରୋମନ୍ଥନ କରିବା ସହ କହିଛନ୍ତି ଯେ ପାଞ୍ଚ ବର୍ଷ ପୂର୍ବେ ସେ ଭାରତର ରାଷ୍ଟ୍ରପତି ଭାବେ ଏହି ସ୍ଥାନ (କେନ୍ଦ୍ରୀୟ ହଲ୍‌)ରେ ଶପଥ ଗ୍ରହଣ କରିଥିଲେ। ଏହିଠାରୁ ବିଦାୟ ନେଲାବେଳେ ଦେଶବାସୀଙ୍କୁ କୃତଜ୍ଞତା ଜ୍ଞାପନର ସୁଯୋଗ ପାଇଛନ୍ତି। ସେମାନେ ତାଙ୍କୁ ସେବା କରିବାର ସୁଯୋଗ ଦେଇଥିବାରୁ ସେ କୃତଜ୍ଞ।

- Advertisement -

ଏଥିସହିତ ସେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପରାଷ୍ଟ୍ରପତି, ନାଇଡୁ, ବାଚସ୍ପତି ବିରଳା ପ୍ରମୁଖଙ୍କୁ ସମସ୍ତ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ କୋବିନ୍ଦଙ୍କ ସମ୍ମାନାର୍ଥେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୈଶ ଭୋଜିର ଆୟୋଜନ କରିଥିଲେ। ଏହି ଭୋଜିରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କ ସହ ଦ୍ରୌପଦୀ ମୁର୍ମୁ ମଧ୍ୟ ଉପସ୍ଥିତ ଥିଲେ। ସୋମବାର ସକାଳ ୧୦ଟା ୧୪ରେ ଦ୍ରୌପଦୀ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଏହି ପ୍ରକ୍ରିୟା ସକାଳ ୯ରୁ ଆରମ୍ଭ ହେବ। ଶପଥ ଗ୍ରହଣ ଉତ୍ସବ ପାଇଁ ସଂସଦ ଅଧିବେଶନ ସ୍ଥଗିତ ରହିବ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories