www.samajalive.in
Saturday, December 6, 2025
14.1 C
Bhubaneswar

ଅର୍ଥମନ୍ତ୍ରୀଙ୍କୁ ମିଠା ଖୁଆଇ ସଂସଦ ପଠାଇଲେ ରାଷ୍ଟ୍ରପତି; ସାମ୍ନାକୁ ଆସିଲା ଶ୍ରଦ୍ଧା ଓ ସମ୍ମାନ ଭରା ମୁହୂର୍ତ୍ତର ଫଟୋ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସଂସଦରେ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସଂସଦ ପହଞ୍ଚିବା ପୂର୍ବରୁ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ଅର୍ଥମନ୍ତ୍ରୀଙ୍କୁ ମିଠା ଖୁଆଇ ସଂସଦ ପଠାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶ୍ରଦ୍ଧା ଏବଂ ସମ୍ମାନରେ ପରିପୂର୍ଣ୍ଣ ଏହି ମୁହୂର୍ତ୍ତର ଫଟୋଗୁଡ଼ିକ ସାମ୍ନାକୁ ଆସିଛି। ଏହି ଅବସରରେ ସେ ନୀଳ ରଙ୍ଗର ଶାଢି ପିନ୍ଧିଥିବାର ନଜର ଆସିଛନ୍ତି। ଏହାପରେ ନିର୍ମଳା ସୀତାରମଣ ସିଧା ସଂସଦ ଭବନ ଯାଇ ବଜେଟ୍ ଉପସ୍ଥାପନ କରିଥିଲେ। ସେ ପୁଣି ଥରେ ପାରମ୍ପରିକ ‘ବହି-ଖାତା’ ଶୈଳୀ ବ୍ୟାଗରେ ଆବୃତ ଏକ ଡିଜିଟାଲ୍ ଟାବଲେଟ୍ ନେଇ ଗୁରୁବାର ସଂସଦରେ ପହଞ୍ଚିଛନ୍ତି। ବିଗତ ତିନିବର୍ଷ ପରି ସେ ଅନ୍ତରୀଣ ବଜେଟ୍ ୨୦୨୪କୁ କାଗଜହୀନ ଫର୍ମାଟରେ ଉପସ୍ଥାପନ କରିଛନ୍ତି।


ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବାକୁ ଯିବା ପୂର୍ବରୁ ସେ ତାଙ୍କ ଅଧିକାରୀମାନଙ୍କ ସହିତ ତାଙ୍କ କାର୍ଯ୍ୟାଳୟ ବାହାରେ ଫଟୋ ଉଠାଇଥିଲେ। ଡିଜିଟାଲ୍ ଫର୍ମାଟରେ ବଜେଟ୍ ଉପସ୍ଥାପନ କରିବାକୁ ତାଙ୍କ ହାତରେ ବ୍ରିଫକେସ୍ ବଦଳରେ ଏକ ଟାବଲେଟ୍ ଥିଲା। ଟାବଲେଟକୁ ଏକ ବ୍ରିଫକେସ୍ ପରିବର୍ତ୍ତେ ଏକ ସୁବର୍ଣ୍ଣ ଜାତୀୟ ପ୍ରତୀକ ସହିତ ଲାଲ୍ କଭର ଭିତରେ ରଖାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories