www.samajalive.in
Saturday, December 6, 2025
14.1 C
Bhubaneswar

ସୁପ୍ରିମକୋର୍ଟରେ ହେମନ୍ତ ସୋରେନ ଗିରଫ ମାମଲା: ଶୁକ୍ରବାର ଶୁଣାଣି

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡ଼ି ଗିରଫ କରିବା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ନେଇ ତାଙ୍କ ଓକିଲ କପିଲ ସିବଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାକୁ ନେଇ ପ୍ରଧାନ ବିଚାରପତି ଶୁଣାଣି କରିବେ। ସଲିସିଟର ଜେନେରାଲ ଏହି ମାମଲାରେ କହିଛନ୍ତି ଯେ ହେମନ୍ତଙ୍କ ଗିରଫ ବିରୋଧରେ ହାଇକୋର୍ଟରେ ଶୁଣାଣି ହେବ। ଏପଟେ କପିଲ ସିବଲ କହିଛନ୍ତି ଯେ ଆମେ ହାଇକୋର୍ଟଙ୍କ ମାମଲା ପ୍ରତ୍ୟାହାର କରିବୁ। ହେମନ୍ତ ସୋରେନଙ୍କ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।

ସୂଚନା ଅନୁସାରେ ଆସନ୍ତାକାଲି ଅର୍ଥାତ୍‍ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ।
ଅନ୍ୟପଟେ ହେମନ୍ତ ସୋରେନ ଗିରଫ ହେବା ପରେ ରାଞ୍ଚିରେ ଉତ୍ତେଜନା ଦେଖାଦେଇଛି। ହେମନ୍ତ ସୋରେନଙ୍କୁ ଗୁରୁବାର ଅପରାହ୍ନ ୩ଟାରେ କୋର୍ଟରେ ହାଜର କରିବ ଇଡ଼ି। ଏଥିପାଇଁ କୋର୍ଟ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories