www.samajalive.in
Sunday, December 14, 2025
18.1 C
Bhubaneswar

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି

ଡେସ୍କ: ଦୁଇ ଦିନିଆ ତ୍ରିପୁରା ଗସ୍ତର ପ୍ରଥମ ଦିନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗରତାଲାର ନରସିଂଘାର ଠାରେ ତ୍ରିପୁରା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଜ୍ୟ ଜୁଡ଼ିସିଆଲ୍‍ ଏକାଡେମୀକୁ ମଧ୍ୟ ସେ ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ମୁର୍ମୁ ଅଗରତାଲାରେ ଥିବା ଦୁର୍ଗାବାଡ଼ି ଚା ବଗିଚାର ମହିଳା କର୍ମଜୀବୀଙ୍କ ସହ କଥା ହୋଇଛନ୍ତି। ସେମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅକୋଚନା କରି ରାଷ୍ଟ୍ରପତି ଶ୍ରମଟି ମୁର୍ମୁ କହିଛନ୍ତି ଯେ ରାଜ୍ୟରେ ସେମାନଙ୍କ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କରମୂଳକ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ। ରାଷ୍ଟ୍ରପତି କିଭଳି ସେମାନଙ୍କ ସନ୍ତାନସନ୍ତତି ବିଶେଷ ଭାବେ କନ୍ୟା ସନ୍ତାନମାନଙ୍କୁ ଶିକ୍ଷା ଗ୍ରହଣର ସୁଯୋଗ ଦିଆଯାଇ ପାରିବ, ସେ ନେଇ ପଦକ୍ଷେପ ନେବାକୁ କହିଛନ୍ତି।

ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଅଗରତାଲା ସ୍ଥିତ ଆଲବର୍ଟ ଏକ୍କା ଯୁଦ୍ଧ ସ୍ମୃତିସ୍ଥଳ ପରିଦର୍ଶନ କରିବା ସହ ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧରେ ପ୍ରାଣବଳି ଦେଇଥିବା ବୀର ସୈନିକମାନଙ୍କୁ ସର୍ଦ୍ଧନଃଜାଳି ଅର୍ପଣ କରିଛନ୍ତି।

- Advertisement -

ଆସନ୍ତାକାଲି ସେ ଗୌହାଟୀ-କୋଲକାତା-ଗୌହାଟୀ ଟ୍ରେନ୍‍କୁ ଅଗରତାଲା ପର୍ଯ୍ୟନ୍ତ ସଂପ୍ରସାରଣ କରିବେ। ଏହା ବ୍ୟତୀତ ସେ ଅଗରତାଲା-ଜିରିବାମ୍‍-ଅଗରତାଲା ଜନଶତାବ୍ଦୀ ଏକ୍ସପ୍ରେସ୍‍ ଟ୍ରେନ୍‍କୁ ମଣିପୁରର ଖୋଙ୍ଗ୍‍ସାଙ୍ଗ ପର୍ଯ୍ୟନ୍ତ ସଂପ୍ରସାରଣ କରିବେ। ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ଆସାମ ଯିବେ। ସେ ଆଇଆଇଟି ଗୌହାଟୀଠାରେ ଭର୍ଚୁଆଲ୍‍ ଉପାୟରେ ବିଭିନ୍ନ ପ୍ରକଳ୍ପକୁ ଉଦ୍‍ଘାଟନ କରିବେ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସନ୍ଧ୍ୟାରେ ସେ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଦର୍ଶନ କରିବେ। ତାଙ୍କର ସମ୍ମାନାର୍ଥେ ଗୌହାଟୀର ଆସାମ ପ୍ରଶାସନିକ ଷ୍ଟାଫ୍‍ କଲେଜ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶୁକ୍ରବାର ଦିନ ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭର୍ଚୁଆଲ ମାଧ୍ୟମରେ ଉଦ୍‍ଘାଟନ କରିବେ। ସେ ମଧ୍ୟ ଗୌହାଟୀରୁ ଲୁମଡିଙ୍ଗ୍‍ ପର୍ଯ୍ୟନ୍ତ ଏକ ଟ୍ରେନ୍‍ର ଶୁଭାରମ୍ଭ କରିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories