ନାଗରିକ ସମ୍ମାନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି
ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲେହରେ ତାଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ନାଗରିକ ସମ୍ମାନ ସମାରୋହରେ ଭାଗ ନେଇଛନ୍ତି। ସେ ଦୁଇ ଦିନିଆ ଲଦାଖ କେନ୍ଦ୍ରଶାସିତ ଅଂଚଳ ଗସ୍ତରେ ଅଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଲଦାଖରେ ଧାର୍ମିକ ପର୍ଯ୍ୟଟନ ପାଇଁ ବିପୁଳ ସମ୍ଭାବନା ରହିଛି।
ରାଷ୍ଟ୍ରପତି କହିଛନ୍ତି ଯେ ଲଦାଖରେ ପ୍ରଗତି, ଶାନ୍ତି ଏବଂ ସମୃଦ୍ଧିର ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଭିତ୍ତିଭୂମି ବିକାଶ, ଇ-ଶାସନ, ସ୍ୱାସ୍ଥ୍ୟସେବା, ଗୃହ, ମହିଳା ସଶକ୍ତିକରଣ ଏବଂ ସମାଵେଶୀ ବିକାଶ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
Comments are closed.