www.samajalive.in
Monday, December 15, 2025
26.1 C
Bhubaneswar

ଆସନ୍ତାକାଲିଠୁ ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା; ବ୍ୟାପକ ପୁଲିସ ଫୋର୍ସ ମୁତୟନ

ଗୁରୁଡ଼ିଝାଟିଆ: ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡଓଷା ଯାତ୍ରା ଗୁରୁବାରଠାରୁ ଅନୁଷ୍ଠିତ ହେବ। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ସହଯୋଗ ମନୋଭାବ ନେଇ କର୍ତ୍ତବ୍ୟକୁ ସେବା ମଣି ଦର୍ଶନ କରାଇ ଫେରାଇଦେବା ପୁଲିସର ପ୍ରଥମ କର୍ତ୍ତବ୍ୟ ବୋଲି ବୁଧବାର ସମବେତ ପୁଲିସ ଫୋର୍ସମାନଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ପରାମର୍ଶ ଦେଇଛନ୍ତି। ଭକ୍ତ ଓ ଭଗବାନଙ୍କ ଭିତରେ ସଂଯୋଗର ସେତୁ ମଣି କାର୍ଯ୍ୟ କରିବା ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଅସୁସ୍ଥ ଶ୍ରଦ୍ଧାଳୁମାନଙ୍କୁ ସହଯୋଗର ହାତ ବଢ଼ାଇବା ବିଶେଷତଃ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି। କଂକ୍ରିଟ ସେତୁ, ପ୍ରବେଶପଥ, ପ୍ରସ୍ଥାନ ପଥ, ଭୋଗ ମଣ୍ଡପ ସହିତ ପୀଠର ସବୁ ସ୍ଥାନରେ ପୁଲିସ ୨୪ ଘଣ୍ଟିଆ କର୍ତ୍ତବ୍ୟରେ ନିୟୋଜିତ ରହିବେ। ଟ୍ରାଫିକ ବ୍ୟବସ୍ଥାକୁ ସଠିକ୍‌‌ ଢଙ୍ଗରେ ପରିଚଳାନା କରି ଭିଡକୁ ନିୟନ୍ତ୍ରଣ କରିବା ନିମନ୍ତେ ଜଣେ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ୨ଜଣ ଡିଏସପି ଓ ୨ଜଣ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି। ୨୩ ତାରିଖଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆପାଟଣାଠାରୁ କଖଡି ପର୍ଯ୍ୟନ୍ତ ଟ୍ରାଫିକ୍‌‌ କଟକଣା ରହିଛି। ମଧୁସୂଦନ ସେତୁଠାରୁ ପାଇକରାପୁରଦେଇ ଆଠଗଡ଼କୁ କୌଣସି ୪ ଚକିଆ ଓ ଭାରୀଯାନ ଯେପରି ନଯିବ ସେଥିପାଇଁ ବାରଣ କରାଯାଇଛି। ଅନୁରୂପ ଭାବେ ଆଠଗଡ଼ ପାର୍ଶ୍ବରୁ କଖଡି ଦେଇ କଟକ ଯାଉଥିବା ୪ଚକିଆ ଓ ଭାରୀଯାନକୁ ବାରଣ କରାଯାଇଥିବା ବେଳେ ତାହା କଖଡି ଛକ ଠାରୁ ବ୍ରାହ୍ମଣବସ୍ତ ଦେଇ ୫୫ ନଂ ଜାଜୀୟ ରାଜପଥରେ ବାହାରିବ। ସାଇକେଲଷ୍ଟାଣ୍ଡକୁ ଆସୁଥିବା ଯାନବାହାନଗୁଡିକ ସଠିକ୍‌‌ ସ୍ଥାନରେ ନରହି ଯଦି ରାସ୍ତା ଉପରେ ରଖିଲେ ତାହାଲେ ପୋଲିସ ପକ୍ଷରୁ କ୍ରେନ ଯୋଗେ ଉଠାଇନିଆଯିବାର ବ୍ୟବସ୍ଥା ରହିଛି। କୌଣସି ପରିସ୍ଥିତିରେ ମନ୍ଦିରର ଗର୍ଭଗୃହରେ ଶ୍ରଦ୍ଧାଳୁମାନଙ୍କୁ ଅଧିକ ସମୟ ରହିବାକୁ ଦିଆଯିବ ନାର୍ହିଁ। କଂକ୍ରିଟ ସେତୁରେ ସେଲଫିନେବା ବା ଏକତ୍ରିତ ହୋଇ ଠିଆ ହେବାକୁ ବାରଣ କରାଯାଇଛି। ଏହାଦ୍ୱାରା ଅଯଥା ଭିଡ ହେବାର ସମ୍ଭାବନା ରହିଛି ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା କହିବା ସଂଗେ ସଂଗେ ପ୍ରଭୁଙ୍କ ପଞ୍ଚକ ଓ ବଡଓଷା ଯାତ୍ରାକୁ ସୁରୁଖୁରୁରେ ସଂପନ୍ନ କରିବା ପାଇଁ ୧୬ ପ୍ଲାଟୁନ ଫୋର୍ସ, ୩ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୮ଜଣ ଡିଏସପି, ୧୬ଜଣ ଇନ୍ସପେକ୍ଟର, ୪୫ଜଣ ଏସଆଇ ଓ ଏଏସଆଇ, କନଷ୍ଟେବଳ ୨୦୦ଜଣ ଓ ଗୃହରକ୍ଷୀ ୩୦୦ଜଣ ମୁତୟନ ହୋଇଥିବା କହିଥିଲେ। ଆଠଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ତରାଇ ବୈଠକରେ ଯୋଗଦେଇ ଶ୍ରଦ୍ଧାଳୁମାନଙ୍କୁ ସମ୍ମାନର ସହିତ ଦର୍ଶନ କରାଇ ଫେରାଇବା ଆମ ସମସ୍ତଙ୍କ ପ୍ରାଥମିକତା ବୋଲି କହିଥିଲେ। ସେଥିପାଇଁ ୧୦ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି ବୋଲି କହିଥିଲେ। ୨୩ ତାରିଖ ଗୁରୁବାର ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା ଆରମ୍ଭ ହେଉଥିବା ବେଳେ ୨୫ ତାରିଖ ଦିନ ବଡଓଷା, ୨୬ ତାରିଖ ଗଜଭୋଗ ବିତରଣ ଓ ୨୭ ତାରିଖ ରାସପୂର୍ଣ୍ଣିମା ଅନୁଷ୍ଠିତ ହେବ। ଆଜିର ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୃଷ୍ଣ ପ୍ରସାଦ ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ବରାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ କାଲୋ, ଡିଏସପି ଶାନ୍ତାନୂତନ ସାମଲ, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ସ୍ମୃତିରଞ୍ଜନ କର, ଶୁଭ୍ରାଂଶୁ ଶେଖର ପରିଡ଼ା, ଜ୍ଞାନ ରଞ୍ଜନ ମିଶ୍ର, ହେମନ୍ତ କୁମାର ରାଓ, ଅଶ୍ୱିନୀ କୁମାର ସାହୁ, ସନ୍ଧ୍ୟା ବେଉରିଆ, ନିହାର ରଞ୍ଜନ ପ୍ରଧାନ, ଗୁରୁଡ଼ିଝାଟିଆ ଥାନା ଅଧିକାରୀ ସୁମନ୍ତ କିସାନ, ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ, ଯୁଗଳକିଶୋର ଦାସ,ରିଜର୍ଭ ଇନ୍ସପେକ୍ଟର ଏସ ଏସ ସୋରେନ, ସୁଶିଲ କୁମାର ନାୟକ, ବିଜୟ କୁମାର ମଲ୍ଲିକ, କାବୁଲି ବାରିକ, ରଶ୍ମୀରଞ୍ଜନ ଦାସ, ତପନ କୁମାର ରାଉତ, ସୌଦାମିନୀ ପରିଡ଼ା, ଅର୍ଚ୍ଚନା ମଳ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।

 

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories