www.samajalive.in
Friday, December 12, 2025
14.1 C
Bhubaneswar

ରୁଷ ତିଆରି କଲା କ୍ୟାନ୍ସର ଟିକା, ସବୁ ପରୀକ୍ଷଣ ସଫଳ

ସମାଜ ଡିଜିଟାଲ ଡେସ୍କ: କର୍କଟ ବା କ୍ୟାନ୍ସର ରୋଗ ବିରୋଧୀ ଲଢ଼େଇରେ ରୁଷ ଏକ ନୂଆ ସଫଳତା ହାସଲ କରିଛି। କ୍ୟାନ୍ସରକୁ ରୋକିବା ଲାଗି ଏକ ଟିକା ପ୍ରସ୍ତୁତ କରିଛି। ଫେଡେରାଲ ମେଡିକାଲ ଆଣ୍ଡ ବାୟୋଲୋଜିକାଲ ଏଜେନ୍ସି(ଏଫଏମବିଏ) ଏହି ଟିକା ପ୍ରସ୍ତୁତ କରିଛି।

ଏଫଏମବିଡି ପ୍ରମୁଖ ଭେରୋନିକା କହିଛନ୍ତି ଯେ, ରୁଷ ତିଆରି କରିଥିବା ଏହି କ୍ୟାନ୍ସର ଟିକା ବର୍ତ୍ତମାନ ବ୍ୟବହାର ପାଇଁ ପ୍ରସ୍ତୁତ। ଏମଆରଏନଏ ଉପରେ ଆଧାରିତ ଏହି ଟିକା ସମସ୍ତ ପ୍ରକାର ପ୍ରାକ୍‌ ଡାକ୍ତରୀ ପରୀକ୍ଷଣ ସଫଳତାପୂର୍ବକ ଶେଷ ହୋଇଛି। ଏହାଦ୍ଵାରା ଟିକାର ସୁରକ୍ଷା ଏବଂ ପ୍ରଭାବଶାଳିତା ପ୍ରମାଣିତ ହୋଇଛି। ଏହି ଟିକାର ପ୍ରାରମ୍ଭିକ ଲକ୍ଷ୍ୟ କୋଲୋରେକ୍ଟଲ କ୍ୟାନ୍ସର ବୋଲି ସେ କହିଛନ୍ତି।

- Advertisement -

ରୁଷର ଗଣମାଧ୍ୟମ ସଂସ୍ଥା ଟାସ୍‌ ରିପୋର୍ଟ ଅନୁସାରେ, ଏହି କର୍କଟ ଟିକା ବହୁତ ଭଲ ପ୍ରଦର୍ଶନ କରିଛି। ଏଫଏମବିଏ ପ୍ରମୁଖ ଭେରୋନିକା ପୂର୍ବାଞ୍ଚଳ ଅର୍ଥନୈତିକ ମଞ୍ଚ(ଇଇଏଫ)ରେ ଏହାର ଘୋଷଣା କରିଛନ୍ତି।

ସେ କହିଛନ୍ତି, ଏହି ଟିକା ପାଇଁ ଅନେକ ବର୍ଷ ଧରି ଗବେଷଣା ଚାଲିଥିଲା। ଗତ ୩ ବର୍ଷ ଧରି କେବଳ ଏହାର କ୍ଲିନିକାଲ ପରୀକ୍ଷଣ ଜାରି ରହିଥିଲା। ଏହି ଟିକା ଏବେ ବ୍ୟବହାର ପାଇଁ ଉପଯୁକ୍ତ। କେବଳ ସରକାରୀ ସ୍ଵୀକୃତିକୁ ଅପେକ୍ଷା ରହିଛି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories