www.samajalive.in
Saturday, December 6, 2025
23.1 C
Bhubaneswar

‘ଓଡ଼ିଶାର ମୋଦୀ’ ପ୍ରତାପ ଷଡ଼ଙ୍ଗୀ; ସୋସିଆଲ ମିଡିଆରେ ଅନ୍ୟତମ ଚର୍ଚ୍ଚିତ ଚେହେରା

ଭୁବନେଶ୍ଵର: ବାଲେଶ୍ଵର ଲୋକସଭା ଆସନରୁ ନବନିର୍ବାଚିତ ଏମପି ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି। ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରତାପଙ୍କୁ ସୋସିଆଲ ମିଡିଆରେ ଓଡ଼ିଶାର ’ମୋଦୀ’ ଆଖ୍ୟା ମିଳିଛି। ତାଙ୍କ ଚାଲିଚଳଣୀ, ବେଶଭୂଷା, ଆଚାର ବ୍ୟବହାର ଏବଂ ନିରାମୟ ଜୀବନଯାପନ ପାଇଁ ସେ ଏପରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଦୈନନ୍ଦିନ ଜୀବନରେ ପ୍ରତାପ ଯାହାସବୁ କରନ୍ତି, ସେସବୁର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ପ୍ରଶଂସାର ସୁଅ ଛୁଟିଛି।

ଅନେକ ଫେସବୁକ୍‌ ଏବଂ ଟ୍ବିଟର୍‌ ବ୍ୟବହାରକାରୀ ପ୍ରତାପଙ୍କ ଫଟୋ ଶେୟାର କରିଛନ୍ତି। ପ୍ରତାପ ତାଙ୍କର ସାରା ଜୀବନ କିପରି ସମାଜସେବା ଏବଂ ସାଧାରଣ ଲୋକଙ୍କ ଉନ୍ନତି ପାଇଁ ଉତ୍ସର୍ଗ କରିଛନ୍ତି ତାହାର କିଛି ଝଲକ ଏସବୁ ଫଟୋରେ ଦେଖିବାକୁ ମିଳୁଛି।  ଜଣେ ଫେସ୍‌ବୁକ୍‌ ବ୍ୟବହାରକାରୀ ନିଜକୁ ବିଜୁ ଜନତା ଦଳର ସମର୍ଥକ ବୋଲି ଦର୍ଶାଇଥିବାବେଳେ ତାଙ୍କର ପସନ୍ଦ କିନ୍ତୁ ପ୍ରତାପ ଷଡ଼ଙ୍ଗୀ ବୋଲି ଉଲ୍ଲେଖ କରିଛନ୍ତି। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ପ୍ରତାପଙ୍କ ଫଟୋ ଶେୟାର କରି ଲେଖିଛନ୍ତି ଲେଖିଛନ୍ତି, ରାଜନୀତିର ପ୍ରଦୂଷିତ ଦୁନିଆରେ ଆପଣ ଉଜ୍ଜ୍ଵଳ ସମ୍ଭାବନା। ଆଉ କେତେଜଣ ପ୍ରତାପଙ୍କୁ ଓଡ଼ିଶାର ମୋଦୀ ବୋଲି କହିଛନ୍ତି।

- Advertisement -
Image courtesy: Oneindia Hindi

ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ପ୍ରଥମ ଥର ପାଇଁ ଦଳରୁ ସାଂସଦ ଟିକେଟ ପାଇ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ଶିଳ୍ପପତିରୁ ରାଜନେତା ବନିଥିବା ରବୀନ୍ଦ୍ର ଜେନାଙ୍କୁ ପ୍ରତାପ ୧୨ ହଜାର ଭୋଟରେ ପରାଜିତ କରିଛନ୍ତି।

ପ୍ରତାପଙ୍କ ଘର ବାଲେଶ୍ଵର ଜିଲାର ନୀଳଗିରି ବ୍ଲକରେ। ସାଧାରଣ ତଥା ନିରାମୟ ଜୀବନଯାପନ ପାଇଁ ପ୍ରତାପ ରାଜ୍ୟରେ ବେଶ୍‌ ଜଣାଶୁଣା। ଫକୀର ମୋହନ ମହାବିଦ୍ୟାଳୟରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେବା ପରେ ସେ ରାମକୃଷ୍ଣ ମଠରେ ଜଣେ ସାଧୁ ହେବା ଲାଗି ଇଚ୍ଛା କରିଥିଲେ। କିନ୍ତୁ ମଠ ପକ୍ଷରୁ ତାଙ୍କୁ ନିଜ ଅଞ୍ଚଳରେ ସାମାଜ ସେବା କରିବାକୁ ଉତ୍ସାହିତ କରାଯାଇଥିଲା। ଏହାପରେ ସେ ନିଜର ଗ୍ରାମକୁ ଫେରିଥିଲେ ଏବଂ ଲୋକଙ୍କ ସେବା କରିବା ଆରମ୍ଭ କରିଦେଇଥିଲେ। ସେ ପ୍ରଥମେ ଜଣେ କିରାଣୀ ଭାବେ ନୀଳଗିରି କଲେଜରେ ଯୋଗଦେଇଥିଲେ। କିନ୍ତୁ ଆରଏସଏସ ଏବଂ ବିଶ୍ଵ ହିନ୍ଦୁ ପରିଷଦରେ ସାମିଲ ହେବା ପରେ ସେ ଚାକିରି ଛାଡ଼ିଦେଇଥିଲେ।

ପ୍ରତାପ ୨୦୦୪ରେ ପ୍ରଥମେ ବିଜେପି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ପୁଣି ଥରେ ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟ ହାସଲ କରିଥିଲେ। ୨୦୧୪ରେ ବାଲେଶ୍ଵର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚନ ଲଢ଼ିଥିଲେ ହେଁ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କଠାରୁ ପରାସ୍ତ ହୋଇଥିଲେ।

ପ୍ରତାପ ଅବିବାହିତ ଥିବାବେଳେ ତାଙ୍କ ମା’ଙ୍କ ସହ ରହୁଥିଲେ। କିନ୍ତୁ ଗତବର୍ଷ ତାଙ୍କ ମା’ଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କ ବିଧାୟକ ଭତ୍ତାରୁ ସିଂହଭାଗକୁ ସେ ତାଙ୍କ ନିର୍ବାଚନମଣ୍ଡଳୀର କିଛି ପିଲାଙ୍କ ଶିକ୍ଷା କ୍ଷେତ୍ରରେ ବିନିଯୋଗ କରନ୍ତି। ମୟୂରଭଞ୍ଜ ଏବଂ ବାଲେଶ୍ଵର ଜିଲାର ଆଦିବାସୀ ଅଞ୍ଚଳରେ ସ୍କୁଲ ଖୋଲିବା ଦିଗରେ ତାଙ୍କର ବହୁ ଅବଦାନ ରହିଛି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories