କିରାଣୀରୁ ଆରମ୍ଭ ହୋଇଥିଲା ବୃତ୍ତିଗତ ଜୀବନ: ସାମ୍ବାଦିକତା ଓ ଅଧ୍ୟାପନା ପରେ ରାଜନୀତିରେ ଯୋଗ ଦେଇଥିଲେ ପ୍ରଣବ ଦେଶ-ବିଦେଶନିଉଜ ଆଲର୍ଟବଡ଼ ଖବର By Samaja Live Last updated Aug 31, 2020 Share ପ୍ରଣବ ମୁଖାର୍ଜୀଙ୍କ ଜନ୍ମ ପଶ୍ଚିମବଙ୍ଗର ବୀରଭୂମି ଜିଲାର ଏକ ଛୋଟ ଗାଁ ମିରାଟିର ବ୍ରାହ୍ମଣ ପରିବାରରେ ହୋଇଥିଲା । ପ୍ରଣବଙ୍କ ପିତା କାମଦା କିଙ୍କର ମୁଖାର୍ଜୀ ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ । ୧୯୩୫ରେ ପ୍ରଣବ ମୁଖାର୍ଜୀଙ୍କ ଜନ୍ମ ହୋଇଥିଲା ଓ ସେ ସମୟରେ ବ୍ରିଟିଶ ଶାସନ ବିରୋଧରେ ତାଙ୍କ ପିତା ଲଢ଼େଇରେ ଯୋଗ ଦେଇଥିଲେ । ୧୯୨୦ରେ ଭାରତୀୟ ଜାତୀୟ କଂଗ୍ରେସର ସକ୍ରିୟ କାର୍ଯ୍ୟକର୍ତା ଭାବରେ ଯୋଗ ଦେଇଥିବା କାମଦା କିଙ୍କର ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିବା ଯୋଗୁଁ ତାଙ୍କୁ ୧୦ ବର୍ଷ ବ୍ରିଟିଶ ସରକାର ଜେଲରେ ଭର୍ତି କରିଥିଲେ । ଦେଶ ସ୍ବାଧୀନ ହେବା ପରେ ୧୯୫୨ରୁ ୧୯୬୪ ମସିହାପର୍ଯ୍ୟନ୍ତ କାମଦା କିଙ୍କର ପଶ୍ଚିମବଙ୍ଗ ବିଧାନ ପରିଷଦର ସଦସ୍ୟ ରହିଥିଲେ । An erudite Parliamentarian, a visionary Minister, a considerate & honest leader, a great son of Bharat Mata. Thank you Pranab da, today & always. pic.twitter.com/YBT8UOrLg8 — Congress (@INCIndia) August 31, 2020 ଜୀବନର ପ୍ରାରମ୍ଭିକ ସମୟରେ ପ୍ରଣବ ମୁଖାର୍ଜୀ ଜଣେ କିରାଣୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ସେଥିରେ ତାଙ୍କର ମନ ବୁଝି ନ ଥିଲା, ସେ ସାମ୍ବାଦିକତା କରିବା ଆରମ୍ଭ କରିଥିଲେ ଓ ଏହା ସହ କୋଲକତା ବିଶ୍ବବିଦ୍ୟାଳୟରେ ମଧ୍ୟ ନାମ ଲେଖାଇଥିଲେ । କଲକତା ବିଶ୍ବବିଦ୍ୟାଳୟର ସୁରୀ ବିଦ୍ୟାସାଗର କଲେଜରେ ସେ ସ୍ନାତକ ଡ଼ିଗ୍ରୀ ହାସଲ କରିବା ପରେ କଲକତା ବିଶ୍ବବିଦ୍ୟାଳୟରେ ଇତିହାସ ଓ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡ଼ିଗ୍ରୀ ନିମନ୍ତେ ନାମ ଲେଖାଇଥିଲେ । ଏହାପରେ ସେହି କଲକତା ବିଶ୍ବବିଦ୍ୟାଳୟରେ ଆଇନରେ ସ୍ନାତକ ଡ଼ିଗ୍ରୀ ହାସଲ କରିଥିଲେ ଏବଂ ବୀରଭୂମି ଜିଲାର ଏକ କଲେଜରେ ଅଧ୍ୟାପନା ଆରମ୍ଭ କରିଥିଲେ । ଲୋକମାନେ ତାଙ୍କୁ ପ୍ରଣବ ଦା ବୋଲି ଡ଼ାକୁଥିଲେ । ସେ ବେଶ୍ ବୁଦ୍ଧିମାନ ଥିଲେ ଓ ରାଜନୀତିରେ ପ୍ରବେଶ କରିବା ପରେ ନିଜର ବୁଦ୍ଧିର ଭରପୁର ଉପଯୋଗ କରିଥିଲେ । ରାଜନୀତିର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଶେଷରେ ସେ ରାଷ୍ଟ୍ରପତି ଭାବରେ ଅଭିଷିକ୍ତ ହୋଇଥିଲେ । ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପୂର୍ବରୁ ସେ ଇନ୍ଦିରା ଗାନ୍ଧୀଙ୍କଠାରୁ ଆରମ୍ଭ କରି ମନମୋହନ ସିଂହଙ୍କ ସରକାର ପର୍ଯ୍ୟନ୍ତ ସବୁଥିରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏକ ସମୃଦ୍ଧ ବଙ୍ଗାଳି ପରିବାରରୁ ଆସିଥିବା କାରଣରୁ ତାଙ୍କର ରବୀନ୍ଦ୍ର ସଙ୍ଗୀତରେ ବେଶ୍ ରୁଚି ଥିଲା । ସେ ଦେବୀ ଦୁର୍ଗାଙ୍କର ଉପାସକ ଥିଲେ ଓ ଦୁର୍ଗାପୂଜା ସମୟରେ ବ୍ରତ ମଧ୍ୟ ରଖୁଥିଲେ । ସେ ମୃଦୁଭାଷୀ ଥିଲେ ଓ କମ୍ କଥା କହୁଥିଲେ । ବଗିଚା କରିବା, ବହି ପଢ଼ିବା ଓ ସଙ୍ଗୀତ ଶୁଣିବା ତାଙ୍କର ପସନ୍ଦ ଥିଲା । ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ପରେ ସେ ରାଷ୍ଟ୍ରପତି ଭବନର ଆଦବ କାଇଦା ପୁରା ପରିବର୍ତନ କରି ଦେଇଥିଲେ । କୁହାଯାଏ ସେ ରାଷ୍ଟ୍ରପତି ଥିବା ସମୟରେ ପୁରା ୧୮ ଘଣ୍ଟା କାମ କରୁଥିଲେ । ମାତ୍ର ୩୫ ବର୍ଷ ବୟସରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୭୩ ମସିହାରେ କେନ୍ଦ୍ରମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ୧୯୭୪ ମସିହାରେ ତାଙ୍କୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାବରେ ଇନ୍ଦିରା ଗାନ୍ଧୀ ନିଯୁକ୍ତି ଦେଇଥିଲେ । ୧୯୮୨ରୁ ୧୯୮୪ ମସିହା ପର୍ଯ୍ୟନ୍ତ ସେ କ୍ୟାବିନେଟ ମନ୍ତ୍ରୀ ରହିଥିଲେ ଓ ୧୯୮୪ ମସିହାରେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଅର୍ଥ ବିଭାଗ ସଂଭାଳିଥିଲେ । ୧୯୮୨-୮୩ ମସିହାର ବଜେଟ୍ ଉପସ୍ଥାପନ କରିଥିଲେ ପ୍ରଣବ ମୁଖାର୍ଜୀ । ପରେ ସେ ରାଜୀବ ଗାନ୍ଧୀଙ୍କ ସମୟରେ କିଛିକାଳ କଂଗ୍ରେସଠାରୁ ଦୂରେଇ ଯାଇଥିଲେ, ମାତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ପୁଣିଥରେ ତାଙ୍କୁ କଂଗ୍ରେସକୁ ଫେରାଇ ଆଣିଥିଲେ । pranab mukharjee Share FacebookTwitterWhatsApp
Comments are closed.