ମୋର ଯାହା କହିବାର ଅଛି ନାଗପୁରରେ କହିବି: ପ୍ରଣବ

0

କଲକାତା : ସମସ୍ତ ଆଲୋଚନା ସମାଲୋଚନା ସତ୍ତ୍ବେ ନାଗପୁରସ୍ଥିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍‍ଏସ୍‍) ମୁଖ୍ୟାଳୟରେ ଆସନ୍ତା ୭ତାରିଖରେ ହେବାକୁ ଥିବା ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯୋଗଦେବେ। ସେଠାରେ ସେ ସମସ୍ତ ସମାଲୋଚନାର ଜବାବ ଦେବେ ବୋଲି ଶନିବାର ଏଠାରେ ସୂଚନା ଦେଇଛନ୍ତି। ‘ନାଗପୁର ଆରଏସ୍‍ଏସ୍‍ କାର୍ଯ୍ୟକ୍ରମ ଯୋଗଦେବା ନେଇ ମୋ ନିକଟକୁ ଅନେକ ଚିଠି ଆସିଛି ଓ ମୁଁ ବହୁ ଫୋନ୍‍ କଲ୍‍ ପାଇଛି; କିନ୍ତୁ ଏ ସମ୍ପର୍କରେ କାହାକୁ କିଛି ଜବାବ ଦେଇ ନାହିଁ। ମୋର ଯାହା କହିବାର ଅଛି ମୁଁ ନାଗପୁରଠାରେ ହିଁ କହିବି’ ବୋଲି ଏକ ଗଣମାଧ୍ୟମକୁ କହିଛନ୍ତି ଶ୍ରୀ ମୁଖାର୍ଜୀ। ‘ମୋର ଯୋଗ ଦେବା ଓ ନଦେବା ନେଇ ବହୁ କଂଗ୍ରେସ ବନ୍ଧୁ ଭିନ୍ନ ମତ ପୋଷଣ କରିଛନ୍ତି। ଅଧିକାଂଶ ଯୋଗ ଦେବା ପାଇଁ ମୋତେ ବାରଣ କରିଛନ୍ତି। ଏହାକୁ ନେଇ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଏହା ସତ୍ତ୍ବେ ମୁଁ ସେଠାକୁ ଯିବି ଓ ଯାହା କହିବାର ଅଛି କହିବି’ ବୋଲି ମୁଖାର୍ଜୀ ପ୍ରକାଶ କରିଛନ୍ତି।

Leave A Reply