ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଣବ

ଧର୍ମଶାଳା: ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଶୁକ୍ରବାର ନିଜର ନାମାଙ୍କନପତ୍ର ଦାଖଲ କରିବାକୁ ବହୁ ସଂଖ୍ୟକ ସମର୍ଥକ ସହ ଏକ ବାଇକ ରାଲିରେ ଯାଜପୁର ପର୍ଯ୍ୟନ୍ତ ଯାଇଥିବା ଦେଖିବାକୁ ମିଳିଥିଲା। ପ୍ରଣବଙ୍କ ସହ ଏକ ଖୋଲା ଗାଡିରେ ସାଂସଦ ରୀତା ତରାଇ, ସାଂସଦ ପ୍ରାର୍ଥିନୀ ଶର୍ମିଷ୍ଠା ସେଠ, ଯାଜପୁର ଜିଲା ସଭାପତି ନରେଶ ମହାନ୍ତି, ଜିଲା ବିଜେଡି ସାଧାରଣ ସଂପାଦକ ଡଃ. ପ୍ରିୟନାଥ ମହାପାତ୍ର, ଜିଲା ଯୁବ ବିଜେଡି ସାଧାରଣ ସଂପାଦକ କ୍ଷିତିଶ ନାୟକ ପ୍ରମୁଖ ଶୋଭାଯାତ୍ରାରେ ଯାଇଥିଲେ। ନିର୍ବାଚନମଣ୍ଡଳୀର ପ୍ରବେଶପଥ ସାରୋଇଠାରୁ ବହୁ ସଂଖ୍ୟକ ସମର୍ଥକଙ୍କୁ ନେଇ ଏକ ବିରାଟ ପଟୁଆରରେ ଜାରକା, ବାରବାଟୀ, କୁଆଖିଆ ଆଦି ବଜାର ଅତିକ୍ରମ କରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଶୋଭାଯାତ୍ରା ପହଞ୍ଚିବା ପରେ ପ୍ରଣବ ସେଠାରୁ ହଜାର ହଜାର ସଂଖ୍ୟକ ସମର୍ଥକଙ୍କ ଗ୍ରହଣରେ ଚାଲିଚାଲି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ ବେଳେ ପ୍ରଣବଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା।

Comments are closed.