www.samajalive.in
Saturday, December 6, 2025
19.1 C
Bhubaneswar

୨୨ରେ କଳାହାଣ୍ଡି ସମାବେଶ ; ଯୋଗଦେବେ ଜେ. ପି. ନଡ୍ଡା

ଭୁବନେଶ୍ବର : ଦୀର୍ଘ ୨ବର୍ଷରୁ ଊର୍ଦ୍ଧ୍ବ ସମୟଧରି କରୋନାରେ ପୀଡ଼ିତ ଥିବା ପୂର୍ବତନ ବିରୋଧୀଦଳ ନେତା ତଥା ବିଧାୟକ ପ୍ରଦୀପ୍ତ ନାଏକ ସୁସ୍ଥ ହୋଇ ସୋମବାର ଓଡ଼ିଶାକୁ ଫେରିଛନ୍ତି। ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୀ ନାଏକ ଗଣମାଧ୍ୟମକୁ କହିଛନ୍ତି ଯେ, ମା’ ମାଣିକେଶ୍ବରୀଙ୍କ ଆଶୀର୍ବାଦ ଏବଂ ମା’, ମାଟି ଓ ରାଜ୍ୟବାସୀଙ୍କ ଭଲପାଇବା ଯୋଗୁଁ ଏତେ ବଡ଼ ବିପଦରୁ ବଞ୍ଚିଲି। ମେ’ ୨୭ ପର୍ଯ୍ୟନ୍ତ ଅମ୍ଳଜାନ ସମସ୍ୟା ରହିଥିଲା। ଏବେ ବିନା ଭେଣ୍ଟିଲେଟରରେ ଚଳପ୍ରଚଳ କରିପାରୁଛି। ଦୀର୍ଘଦିନ ଧରି ପୀଡ଼ିତ ରହିଥିଲେ ହେଁ କଳାହାଣ୍ଡିବାସୀଙ୍କ ସେବାରୁ ଦୂରେଇ ଯାଇନାହିଁ। ସବୁବେଳେ ଲୋକଙ୍କ ସାଙ୍ଗରେ ରହିଛି ଏବଂ ରହିବି। କଳାହାଣ୍ଡିର ବିକାଶ ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ ଲଢ଼େଇ କରିବି। ଆସନ୍ତା ୨୨ ତାରିଖରେ କଳାହାଣ୍ଡିରେ ଏକ ବିଶାଳ ସମାବେଶ ଆୟୋଜନ କରାଯିବ। ଏଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଭବାନୀପାଟଣା ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ହେବାକୁ ଥିବା ସେବା ଓ ସୁଶାସନକୁ ନେଇ ଜନ ସମ୍ପର୍କ କାର୍ଯ୍ୟକ୍ରମରେ ଶ୍ରୀ ନଡ୍ଡା ଉଦବୋଧନ ଦେବେ। କେନ୍ଦ୍ରରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତରେ ମହା ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଜାରି ରହିଛି। ଏହି ୯ ବର୍ଷ ମଧ୍ୟରେ ସାରା ଦେଶରେ ଜାରି ରହିଥିବା ମୋଦୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସଫଳତାକୁ ବିଜେପି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିବ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories