www.samajalive.in
Saturday, December 6, 2025
26.1 C
Bhubaneswar

ଅଧ୍ୟାପକ ପ୍ରବୀର ଦାସଙ୍କୁ ଅନ୍ତରାଷ୍ଟ୍ରୀୟ ପରିବେଶ ବିଜ୍ଞାନୀ ପୁରସ୍କାର

ବୌଦ୍ଧ : ଜାମ୍ମୁକାଶ୍ମୀରର ରାଜଧାନୀ ଶ୍ରୀନଗର ଠାରେ ଅନୁଷ୍ଠିତ ପଞ୍ଚମ ଆନ୍ତର୍ଜାତିକ ଜଳବାୟୁ ପରିବର୍ତ୍ତନ ଓ ତାର ପ୍ରଭାବ ସମ୍ମିଳନୀରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ବିଭାଗ ମୁଖ୍ୟ ତଥା ପରିବେଶବିତ୍ ଅଧ୍ୟାପକ ଡ. ପ୍ରବୀର କୁମାର ଦାସଙ୍କୁ ସମ୍ମାନ ଜନକ “ପରିବେଶ ବିଜ୍ଞାନୀ ସମ୍ମାନ” ରେ ସମ୍ମାନିତ କରାଯାଇଅଛି । ଚଳିତ ଜୁନ ମାସ ୯ ରୁ ୧୧ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ଏହି ସମ୍ମିଳନୀରେ ଡ. ଦାସ “ବୌଦ୍ଧ ଜଙ୍ଗଲରେ ଲାଗୁଥିବା ବନାଗ୍ନି ଓ ତାର ପରିଚାଳନା” ବିଷୟ ଉପରେ ତାଙ୍କର ଗବେଷଣାଗତ ନିବନ୍ଧ ଉପସ୍ଥାପନା କରିଥିଲେ ଯାହାକି ଉଚ୍ଚକୋଟୀର ହୋଇଥିଲା।
ଏହି ସମ୍ମିଳନୀରେ ପୃଥିବୀର ୧୨ ଟି ଦେଶର ୧୩୫୦ ଜଣ ବିଜ୍ଞାନୀ ଅଂଶଗ୍ରହଣ କରି ନିଜ ନିଜର ନିବନ୍ଧ ଉପସ୍ଥାପନା କରିଥିଲେ। ଉଚ୍ଚକୋଟୀର ଗବେଷଣା ଏବଂ ଅନେକ ବର୍ଷଧରି କରି ଆସୁଥିବା ପରିବେଶ ସୁରକ୍ଷା କାର୍ୟ୍ୟକ୍ରମ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ୨୦୦୧ ମସିହା ଠାରୁ ସେ ଭାରତ ସରକାରଙ୍କ ଇକୋ କ୍ଲବ କାର୍ୟ୍ୟକ୍ରମର ମୁଖ୍ୟ ପ୍ରଶିକ୍ଷକ ରୂପେ କାର୍ୟ୍ୟ କରି ଆସୁଛନ୍ତି । ନିକଟରେ ସେ ଗଛ ସୁରକ୍ଷା ପାଇଁ ଏକ ବିଶ୍ଵ ରେକର୍ଡ ସୃଷ୍ଟି କରିଥିଲେ। ସେ ଦୁଇ ଥର ପ୍ରକୃତି ବନ୍ଧୁ, ଥରେ ପ୍ରକୃତି ମିତ୍ର, ବିଜୁପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାରରେ ସମ୍ମାନିତ ହେବା ସହ ଅନେକ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି । ଏହି ବିରଳ ସଫଳତା ପାଇଁ ତାଙ୍କୁ ବୌଦ୍ଧ ଜିଲ୍ଲାପାଳ, ଉପଜିଲ୍ଲାପାଳ ,ବୌଦ୍ଧ ବନଖଣ୍ଡ ଅଧିକାରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ ଇତ୍ୟାଦି ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏଥିପାଇଁ ତାଙ୍କର ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଇକୋ କ୍ଲବ ଶିକ୍ଷକ ମହଲରେ ଆନନ୍ଦ ଖେଳିଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories