ଆଠଗଡ : ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ତଥା କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ବିଭାଗ ପକ୍ଷରୁ ଆଠଗଡ ଥାନା ଅଞ୍ଚଳରେ ମିଳିତ ଚଢ଼ାଉ କରାଯାଇଥିଲା। ବହୁ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଓ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ପଞ୍ଚାୟତ ପଣସପାଟଣାରେ ଏହି ଚଢ଼ାଉ ରାତି ପର୍ୟ୍ୟନ୍ତ ଚାଲିଥିଲା। ଏହି ଚଢାଉରେ ୧୮, ୮୬ ଲିଟର ଗୁଡପୋଚ , ୨୨୭୫ ଲିଟର ଦେଶୀ ରନ୍ଧା ମଦ , ୪,୮୬୦ ଲିଟର ବିଦେଶୀ ମଦ , ୮ ଲିଟର ବିୟର ଜବତ କରାଯାଇଛି। ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନଥିଲା ବେଳେ ଆଠଟି ମାମଲା ରୁଜୁ କରାଯାଇଛି। ସେହିପରି ଗୋଟିଏ ଟ୍ରାକ୍ଟର ମଧ୍ୟ ଜବତ କରାଯାଇଛି। ଏହି ଚଢାଉରେ ଅବକାରୀ ଉପ ଅଧିକ୍ଷକ ପ୍ରମୋଦ କୁମାର ପଣ୍ଡା, ଆଠଗଡ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ମୋବାଇଲ ନିରୀକ୍ଷକ ସଂଜିତ ବାର୍ଲା, ଅଧିକାରୀ ଅଜିତ କୁମାର ପାତ୍ର, ସୌମ୍ୟ ରଞ୍ଜନ ମାଝୀ, ଦୀପକ କୁମାର ମାରାଣ୍ଡି ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ଅବକାରୀ କର୍ମଚାରୀ ସାମିଲ ଥିଲେ।
Popular Categories



