www.samajalive.in
Monday, December 15, 2025
16.1 C
Bhubaneswar

ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବ : ବିରୋଧୀଦଳ ନେତା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିି ନାହିଁ ବୋଲି ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ କହିଛନ୍ତି। ଆଜି ବିଧାନସଭାର ପ୍ରଥମ ଅଧିବେଶନରେ ଶ୍ରୀ ନାୟକ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ କରୋନା ମହାମାରୀ ବେଳେ ବାହାବା ନେବାପାଇଁ ସରକାର ପଡୋଶୀ ରାଜ୍ୟରୁ ଦାଦନ ବୋହି ଆଣିଲେ। ହେଲେ କାମଧନ୍ଦା ଦେଇ ନପାରିବାରୁ ସେମାନେ ନିରାଶ ହୋଇ ଫେରିଲେ। ଗୁଜରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ ଭଳି ରାଜ୍ୟରେ କାମ ମିଳିବାର ଆଶା ରଖି ଲୋକେ ଦାଦନ ଖଟିବାକୁ ଚାଲି ଯାଉଛନ୍ତି। ହେଲେ ରାଜ୍ୟରେ ସରକାର ଏପର୍ଯ୍ୟନ୍ତ ଲୁଣ ଫ୍ୟାକ୍ଟ୍ରିଟିଏ ୨୦ବର୍ଷ ସରକାରରେ ବି ଖୋଲି ପାରିଲେ ନାହିଁ। ସେହିପରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ପର ଉପରେ ନିର୍ଭର କରିବାକୁ ପଡୁଛି। ରାଜ୍ୟରେ ଯେତେସବୁ ଶିଳ୍ପସଂସ୍ଥା ଗଢ଼ି ଉଠିଛି ସେଥିରେ ଓଡ଼ିଆ ଲୋକଙ୍କୁ ନିଯୁକ୍ତି ମିଳୁନାହିଁ। ୮୦ପ୍ରତିଶତ ଓଡ଼ିଆଙ୍କୁ ଚାକିରି ଦିଆଯିବ କହି କମ୍ପାନୀ ସହ ବୁଝାମଣା ହେଲେ ମଧ୍ୟ ତାହା ବାସ୍ତବରେ କାଗଜପତ୍ରରେ ରହୁଛି।
ଅନ୍ୟପକ୍ଷରେ ରାଜ୍ୟରେ ବାଲି ଚୋରି ଓ ଖଣିଚୋରି ବଢ଼ି ଚାଲିଛି। ଆଜି ଯିଏ ଖାଇବାକୁ ପାଉ ନଥିଲା କାଲି ସିଏ ଦାମୀ ଗାଡ଼ି ଧରି ବୁଲୁଛି ଓ ଧନୀ ହେଉଛି। ହେଲେ ସରକାର ଦିନକୁ ଦିନ କାଙ୍ଗାଳ ହୋଇ ଚାଲିଛନ୍ତି। ଯେଉଁଥିପାଇଁ ଏବେ ଖୋଲା ବଜାରରୁ ୩ହଜାର କୋଟି ଋଣ ଉଠାଇବାପାଇଁ ବାହାରିଛନ୍ତି।
ସେ କହିଥିଲେ ଯେ କୋଭିଡ଼ ମୁକାବିଲା ନାଁରେ ସରକାର ୨୨୦୦କୋଟି ଟଙ୍କା ପାଣିରେ ଫୋପାଡି ସାରିଲେଣି। ଅନ୍ୟପଟେ ଏମଏମଡ଼ିଆର ଆଇନ ଠିକଣା କାର୍ଯ୍ୟକାରୀ କରିପାରୁ ନାହାନ୍ତି। ଫଳରେ ରାଜ୍ୟକୁ ୭୦ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର କ୍ଷତି ସହିବାକୁ ପଡୁଛି। ଗତକାଲି ଯେ କହିଥିଲେ ଯେ ସିରାଜୁଦ୍ଦିନ ମାଇନ୍ସକୁ ମନଇଚ୍ଛା ୫ବର୍ଷିଆ ଅବଧି ବଢ଼ାଇବାକୁ ଯୋଗୁଁ ରାଜକୋଷକୁ ୨୧ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ପହଞ୍ଚିଛି। ଏଥିପାଇଁ ଯେଉଁ ବରିଷ୍ଠ ଆଇଏଏସ ଦାୟୀ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତତ୍କାଳୀନ ଖଣି ସଚିବ ଏମଏମଡିଆର ଆଇନର ସଂଶୋଧନ ଆଳରେ ସିରାଜୁଦ୍ଦିନ ମାଇନ୍ସକୁ ୫ବର୍ଷିଆ ଏକ୍ସଟେନସନ ଦେଲେ। ଯେଉଁ ଖଣି ନାଁରେ ବାଲେଶ୍ୱର ଭିଜିଲାନ୍ସରେ ୨୦୦୯ରେ ମାମଲା ରୁଜୁ ହୋଇଛି,ସେହି ଖଣି କମ୍ପାନୀକୁ କାହା ସ୍ୱାର୍ଥରେ ତତ୍କାଳୀନ ଖଣି ସଚିବ ୫ବର୍ଷିଆ ଅବଧୀ ଦେଲେ ସେ ସମ୍ପର୍କରେ ଗୃହ ଜାଣିବାର ଅଧିକାର ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଏବେ ବାର୍ଷିକ ୪୨୦୦କୋଟିରୁ ଊର୍ଦ୍ଧ୍ବ ଅର୍ଥ ହାନି ହେଉଛି। ତତ୍କାଳୀନ ଖଣି ସଚିବ ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ଦାୟୀ। ସରକାର ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ନାଏକ ଦାବି କରିଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories