www.samajalive.in
Saturday, December 13, 2025
14.1 C
Bhubaneswar

ଅକ୍ଟୋବର ପାଇଁ ନିର୍ଦେଶନାମା; ଅଫିସ ଆସିବେ ଅଧା କର୍ମଚାରୀ

ଭୁବନେଶ୍ୱର : କୋଭିଡ଼ ସଂକ୍ରମଣ ଲାଗିରହିଥିବାରୁ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଭୁବନେଶ୍ୱର ଓ କଟକରେ ଥିବା ସବର୍ଡ଼ିନେଟ କାର୍ଯ୍ୟାଳୟ ସେମାନଙ୍କ ମୋଟ କର୍ମଚାରୀ ସଂଖ୍ୟା (ଗ୍ରୁପ ଏ ଅଧିକାରୀଙ୍କ ସମେତ)ର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ପରିଚାଳନା କରିବେ। ଅଫିସ କାର୍ଯ୍ୟ ଯେପରି ପ୍ରଭାବିତ ନହେବ ସେ ବିଷୟ ପ୍ରତି ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେବେ। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।
ବିଭାଗର ପ୍ରମୁଖ ସଚିବ ସମସ୍ତ ବିଭାଗକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପ୍ରତି ସପ୍ତାହର ଶନିବାର ଓ ରବିବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। କେଉଁ କର୍ମଚାରୀମାନେ ଅଫିସ କାର୍ଯ୍ୟରେ ଯୋଗଦେବେ ସେ ସଂକ୍ରାନ୍ତରେ ଭୁବନେଶ୍ୱର ଓ କଟକରେ ବିଭିନ୍ନ ସରକାରୀ ବିଭାଗ ଓ ବିଭାଗୀୟ ମୁଖ୍ୟ ଦପ୍ତରର ମୁଖ୍ୟମାନେ ନିଷ୍ପତ୍ତି ନେବେ।
ତେବେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କାର୍ଯ୍ୟାଳୟ, ଏସଆରସି ଏବଂ ଓସଡ଼ମା କାର୍ଯ୍ୟାଳୟ, ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ପୌର ସେବା କାର୍ଯ୍ୟାଳୟ ସମସ୍ତ କର୍ମଚାରୀଙ୍କୁ ନେଇ ଯଥାରୀତି କାର୍ଯ୍ୟକରିବ। ଏହାଛଡ଼ା ବିଧାନସଭା ପାଇଁ ନିୟୋଜିତ ସମସ୍ତ କର୍ମଚାରୀ ଅଧିବେଶନର ସମସ୍ତ କାର୍ଯ୍ୟଦିବସରେ ଉପସ୍ଥିତ ରହିବେ। କୋଭିଡ଼ ନୟମାବଳି ପାଳନ ନେଇ ଜାରି ହୋଇଥିବା ସମସ୍ତ ମାର୍ଗଦର୍ଶିକାକୁ ସମସ୍ତ ବିଭାଗ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। କୌଣସି କର୍ମଚାରୀଙ୍କୁ କୋଭିଡ଼ ହୋଇଥିବା ଚିହ୍ନଟ ହେଲେ ସମ୍ପୃକ୍ତ କାର୍ଯ୍ୟାଳୟକୁ କୋଭିଡ଼ ପ୍ରୋଟୋକଲ ପାଳନ କରିବାକୁ ହେବ। ରୋଷ୍ଟର ଡ଼୍ୟୁଟି ନଥିଲେ ଅଧିକାରୀ ଓ କର୍ମଚାରୀମାନେ ଘରେ ରହି କାର୍ଯ୍ୟ କରିପାରିବେ। ତେବେ ଜରୁରୀ ପଡ଼ିଲେ ସେମାନଙ୍କୁ ଅଫିସ ଆସିବାକୁ ପଡ଼ିବ। ଘରେ ରହି କାର୍ଯ୍ୟ କରୁଥିବା କର୍ମଚାରୀ କାର୍ଯ୍ୟଦିବସରେ ଟେଲିଫୋନରେ ଉପଲବ୍ଧ ହେଉଥିବା ଆବଶ୍ୟକ। ସବର୍ଡ଼ିନେଟ ତଥା କ୍ଷେତ୍ରସ୍ତରୀୟ କାର୍ଯ୍ୟାଳୟ ପରିଚାଳନା ସଂକ୍ରାନ୍ତରେ ପ୍ରଶାସନିକ ବିଭାଗଗୁଡ଼ିକ ନିଷ୍ପତ୍ତି ନେବାକୁ ସାଧାରଣ ପ୍ରଶାସନ ପକ୍ଷରୁ ଜାରି ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories