www.samajalive.in
Saturday, December 6, 2025
15.1 C
Bhubaneswar

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲରୁ ମୁକୁଳିବା ନେଇ ସପକ୍ଷ ଗୋଷ୍ଠୀ ମହଲରେ ଖୁସିର ଲହରୀ

ଗୋପାଳପୁର: ଟାଟା ମୋଟର୍ସରେ ନିଯୁକ୍ତି ଦେବା ନେଇ ଠକେଇ ମାମଲାରେ ଜେଲରେ ରହିଥିବା ଗୋପାଳପୁର ବିଧାୟକ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ଅପରାହ୍ନରେ କୋର୍ଟର ନିର୍ଦ୍ଦେଶକ୍ରମେ ସର୍ତ୍ତମୂଳକ ଜାମିନ ପାଇ ଭୁବନେଶ୍ବର ଝାରପଡା ଜେଲରୁ ମୁକୁଳିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଗୋପାଳପୁର ବିଧାନସଭା କ୍ଷେତ୍ରରେ ବିଧାୟକ ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ସୂଚନା ଯୋଗ୍ୟ ଯେ ଗତ ଡ଼ିସେମ୍ବର ୩ ତାରିଖରେ ଭୁବନେଶ୍ବର ବାସଭବନରୁ କ୍ରାଇମବ୍ରାଞ୍ଚ ଓ ପୁଲିସ ପକ୍ଷରୁ ଗିରଫ କରାଯାଇ ଝାରପଡା ଜେଲ ପଠାଇ ଦିଆଯାଇଥିଲା। ଏହା ମଧ୍ୟରେ ବିଧାୟକଙ୍କ ନାମରେ ଟାଟା ମୋଟର୍ସରେ ଜାଲ ନିଯୁକ୍ତି ମାମଲାରେ ଗୋଳନ୍ଥରା ଥାନା, ବିଏନପୁର ଥାନାରେ‌ ୫ ଟି ମାମଲା ରୁଜୁ ହୋଇଥିଲା। ଯଦ୍ୱାରା ବିଧାୟକଙ୍କୁ ଜେଲରେ ରହିବାକୁ ପଡ଼ିଥିଲା। ଏହା ମଧ୍ୟରେ ଉଚ୍ଚନ୍ୟାୟାଳୟ ପକ୍ଷରୁ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ବିଧାୟକ ଡ଼ ପାଣିଗ୍ରାହୀଙ୍କୁ ଉଚ୍ଚନ୍ୟାୟାଳୟ ଜାମିନରେ ଛାଡ କରିଥିବାରୁ ବହୁତ ଖୁସି ରହିଥିବା ଡୁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି। ସେହିପରି ବିଧାୟକଙ୍କ ସମର୍ଥକ ରହିଥିବା ଅନେକ ନେତା ଓ କର୍ମୀ ଖୁସି ରହିଥିବା ସହ କରୋନା ସମୟରେ ସେମାନେ ବିଧାୟକ ଡ଼ ପାଣିଗ୍ରାହୀଙ୍କ ଅନୁପସ୍ଥିତି ସେମାନଙ୍କୁ ଅନେକ ସମସ୍ୟାରେ ପକାଇଥିବା ମତବ୍ୟକ୍ତ କରିଛନ୍ତି। ବିଶେଷ କରି ଗତବର୍ଷ କରୋନା ସମୟରେ ବିଧାୟକ ଗାଁ ଗାଁ ବୁଲି ଲୋକଙ୍କ ସୁଖ ଦୁଃଖରେ ସାମିଲ ରହିବା ସହ ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବାରେ ସହଯୋଗ କରିଥିଲେ। କିନ୍ତୁ ଚଳିତବର୍ଷ ସେମାନେ ସେଥିରୁ ବଞ୍ଚିତ ରହିଥିବା ଜଣାଇଛନ୍ତି। ବିଶେଷ କରି ଯେଉଁ ଗୁରୁତର ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କଲେ ସେମାନଙ୍କ ପରିବାର ସଦସ୍ୟ ମାନେ ବିଧାୟକଙ୍କ ଅନୁପସ୍ଥିତିରେ ଅନ୍ୟ କୈାଣସି ନେତାଙ୍କଠାରୁ ସାହାଯ୍ୟ ପାଇ ପାରିନଥିଲେ, ଯଦ୍ୱାରା ୧୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏଣୁ ବିଧାୟକ ପୁଣିଥରେ ନିଜ ନିର୍ବାଚନ ମଣ୍ଡଳୀକୁ ଆସିବା ସହ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ଲୋକଙ୍କ ସହ ଛିଡା ହଜବେ ବୋଲି ବିଧାୟକ ସପକ୍ଷ ଗୋଷ୍ଠୀର ସଦସ୍ୟମାନେ ମତବ୍ୟକ୍ତ କରିଛନ୍ତି। ବିଧାୟକ ଡ଼ ପାଣିଗ୍ରାହୀ ଜେଲରୁ ମୁକୁଲିବା ଖବର ଜଣାପଡିବା ପରେ ଏଠାରେ ସକ୍ରିୟ ହୋଇ ଉଠିଥିବା ବିଧାୟକ ବିରୋଧୀ ଗୋଷ୍ଠୀ ଶିବିରରେ ଛନକା ପସି ଯାଇଥିବା ବେଳେ ଡ଼ ପାଣିଗ୍ରାହୀଙ୍କୁ କିପରି ସାମାନା କରିବେ ତାକୁ ନେଇ ଅଙ୍କ କଷା ଆରମ୍ଭ ହୋଇ ଯାଇଥିବା ଦେଖିବାକୁ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories