www.samajalive.in
Saturday, December 6, 2025
26.1 C
Bhubaneswar

ରବିବାର ରାଶିଫଳ ୧୩.୦୬.୨୦୨୧

ମେଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ପରୋପକାରୀ ହେବେ। ବ୍ରାହ୍ମଣଙ୍କ ସହିତ ମିତ୍ରତା ବନ୍ଧନରେ ବାନ୍ଧି ହେବେ। ରାଜପୂଜ୍ୟ ହେବେ। ବିପଦଗ୍ରସ୍ତଙ୍କୁ ବୋଧ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ।
ବୃଷ: ପୁଣ୍ୟକର୍ମାଦଂ ହେତୁ ଧନବାନ୍‌ ହେବେ। ପ୍ରଭାବଶାୀଳୀ ହୋଇପାରନ୍ତି। ନୀତିନିଷ୍ଠ ହେବେ। ପୁତ୍ର ସନ୍ତାନ ଲାଭ କରିପାରନ୍ତି। ଚତୁଷ୍ପଦ ପ୍ରାଣୀ ପ୍ରିୟ ହେବେ। ବନ୍ଧୁ ସ୍ନେହ ରହିବ। ତ୍ୟାଗଶୀଳ ହୋଇପାରନ୍ତି।
ମିଥୁନ: ଧନବାନ୍‌ ହେବେ। କୃପଣ ସ୍ବଭାବର ହୋଇପାରନ୍ତି। ଲୋକ ପୂଜ୍ୟ ହେବେ। ନିଷ୍ଠୁର ହୋଇପାରନ୍ତି। ପରସେବକ ହେବେ। ଚଞ୍ଚଳ ମନା ହେବେ। ଅପାର ଗୁଣର ଆଧାର ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ।
କର୍କଟ: ଦ୍ବିଜ-ଦେବତାଙ୍କ ପ୍ରୀତିତୀର୍ଥ ଧନ ବ୍ୟୟ କରି ପାରନ୍ତି। ଯଜ୍ଞାଦି କର୍ମରେ କ୍ରିୟାଶୀଳ ହେବେ। ସାଧୁ ପ୍ରଶଂସିତ କର୍ମରେ ଧନ ବ୍ୟୟ କରିବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରି ପାରନ୍ତି। ମଧୁର କଥାରେ ଜନମତ ଜିଣିବେ।
ସିଂହ: ଚତୁଷ୍ପଦ ପ୍ରାଣୀ ହେତୁକ ଧନଲାଭ କରିବେ। ସରକାରୀ ସେବାରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦେଶାନ୍ତରୁ ଲାଭବାନ୍‌ ହେବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ଯୁକ୍ତ ହେବେ। ମନ ପ୍ରସନ୍ନ ରହିବ।
କନ୍ୟା: ସରକାରୀ ସ୍ତରରୁ ଧନପ୍ରାପ୍ତ ହୋଇପାରନ୍ତି। ସ୍ବାସ୍ଥ୍ୟପ୍ରଦ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତିମାନ ହେବେ। ସ୍ବତ୍ବାଧିକାରୀ ହୋଇପାରନ୍ତି। ବହୁବିଧ ଧନର ଅଧିକାରୀ ହେବେ। ଉତ୍ତମ ଗୁଣଯୁକ୍ତ ହେବେ।
ତୁଳା: ପଶୁପାଳନରେ ଆଗ୍ରହୀ ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମ ହେବେ। ମହିଳା ଗୋଷ୍ଠୀର ଉପକାରୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ।
ବିଛା: ସ୍ବାସ୍ଥ୍ୟହାନୀର ସୂଚନା ମିଳୁଛି। ଭକ୍ତି ମାର୍ଗରେ ମନ ବଳାଇ ପାରନ୍ତି। ସରକାରୀ ମାନ୍ୟତା ମିଳିପାରେ। ଅନଟନର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟରେ ବିଘ୍ନ ଉପୁଜିପାରେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
ଧନୁ: ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ। ଲୋକପ୍ରିୟ ସହିତ ଧନପ୍ରିୟ ହୋଇପାରନ୍ତି। ଜ୍ଞାନୀ ଓ ଧୀର ସ୍ବଭାବର ହେବେ। କର୍ମ ଚଞ୍ଚଳ ରହିବେ। ଅବିବାହିତଙ୍କର ସୁକନ୍ୟା ସହ ବିବାହ ସ୍ଥିର ହେବ।
ମକର: ମନୋବଳ ଦୃଢ଼ ରହିବ। ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବାରେ ଆଗ୍ରହୀ ହେବେ। କାର୍ଯ୍ୟରେ ନିଷ୍ଠା ରହିଲେ ହେଁ ଫଳ ଆଶାଙ୍କା ଯୁକ୍ତ ହେବ। ଅନଟନର ସମ୍ମୁଖୀନ ହୋଇପାରନ୍ତି। ପତ୍ନୀଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି।
କୁମ୍ଭ: ଶତ୍ରୁଭାବ ବୃଦ୍ଧି ହେଲେ ବି, କିଛି ଅନିଷ୍ଠ ହେବ ନାହିଁ। କର୍ମବୀର ହୋଇପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟରେ ସମୟ ଅତିବାହିତ କରି ପାରନ୍ତି। ଯେତେ ଅସୁବିଧାର ସମ୍ମୁଖୀନ ହେଲେ ବି ନୀତିରୁ ବିଚ୍ୟୁତ ହେବେ ନାହିଁ। ନିରଳସ ରହିବେ।
ମୀନ: ଅନ୍ନ ଦାନାଦି କାର୍ଯ୍ୟରେ ଲିପ୍ତ ହୋଇ ଆତ୍ମ ସନ୍ତୋଷ ଲାଭ କରିବେ। ନିଜ ଅର୍ଜିତ ସମ୍ପତ୍ତି ବଳରେ ଧନଶାଳୀ ହେବେ। ବହୁ ମିତ୍ରଙ୍କ ସାନିଧ୍ୟ ପାଇ ସୁଖୀ ହେବେ। କୁଳ ପ୍ରଧାନ ହେବାର ସୂଚନା ମିଳୁଛି। ବିନୀତ ସ୍ବଭାବ ସମ୍ପନ୍ନ ହେବେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories