www.samajalive.in
Sunday, December 14, 2025
14.1 C
Bhubaneswar

ପି.ପି ଦେବ ମହାବିଦ୍ୟାଳୟ ପକ୍ଷରୁ ମୋ ଦେଶ ମୋ ମାଟି ଅଭିଯାନ

ତିଗିରିଆ : ତିଗିରିଆ ନିଜିଗଡ଼ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟ ଏନ୍ ଏସ୍ ଏସ୍ (ସହ ବିଭାଗ) ଆନୁକୁଲ୍ୟରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିଥିବା ବେଳେ ‘ବସୁଧା ବନ୍ଦନ’ ଯୋଜନାରେ ନୂଆଗଡ଼ ଶବରସାହି, ନିଜିଗଡ଼ ହରିଜନସାହି, ପ୍ରଭୁ ପ୍ରସନ୍ନମଣିଙ୍କ ମନ୍ଦିର ପ୍ରାଙ୍ଗଣ, ନିଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପିପି ଦେବ ମହାବିଦ୍ୟାଳୟ ପରିସରରେ ବୃକ୍ଷ ଚାରା ରୋପଣ କରାଯଇଥିଲା । ସେହିପରି ‘ବୀରୋଂ କା ବନ୍ଦନ’ ଶିଳା ଫଳକ ଯୋଜନାରେ ପୁରୁଣା ତିଗିରିଆର ସହିଦ ଯବାନ ପ୍ରଦ୍ୟୁମ୍ନ କୁମାର ରଣାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଥିଲା। ସେହିପରି ଅବସରପ୍ରାପ୍ତ ସେନା କର୍ମଚାରୀ ବିରଞ୍ଚି ନାରାୟଣ ମିଶ୍ର, ନାଏକ ନାସିର ଅଲି ଖାଁ ଓ ସୁଦର୍ଶନ ମାଝୀଙ୍କୁ ବୀର ବନ୍ଦନା ଗାନ କରି ଅଭ୍ୟର୍ଥନା ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଯୋଜନା ଅଧିକାରୀ ଡଃ ପତିତପାବନ ପଣ୍ଡା ପରିଚାଳନା କରିଥିବା ବେଳେ ଅଧକ୍ଷା ଡଃ ସୁଧାଂଶୁ ବାଳା ଦାସ, ପ୍ରାଧ୍ୟାପକ ବିଜୟ କୁମାର ବେହେରା ପ୍ରମୁଖଙ୍କ ସହିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories