www.samajalive.in
Saturday, December 6, 2025
26.1 C
Bhubaneswar

କୁକୁଡ଼ା ଫାର୍ମରୁ ବାହାରିବ କରୋନାଠାରୁ ଅଧିକ ଶକ୍ତିଶାଳୀ ଭୂତାଣୁ; ଅଧା ବିଶ୍ଵ ହୋଇପାରେ ପ୍ରଭାବିତ

ନ୍ୟୁୟର୍କ: କରୋନା ପରିବାରର କୋବିଦ-୧୯ ଭୂତାଣୁ ସାରା ବିଶ୍ଵକୁ ନାକେଦମ୍ କରି ସାରିଲାଣି । ବିଶ୍ଵର ପାଖାପାଖି ୨୦୦ ଦେଶ ଏଥିରେ ପ୍ରଭାବିତ ହୋଇଛନ୍ତି । ସାରା ବିଶ୍ଵରେ ସାଢ଼େ ୬୦ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ୩ ଲକ୍ଷ ୬୫ ହଜାର ଲୋକଙ୍କର ଜୀବନ ଗଲାଣି । ଭାରତରେ  ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୭୩ ହଜାରରେ ପହଞ୍ଚିଛି । ସେମିତି ମୃତ୍ୟୁ ସଂଖ୍ୟା ପାଖାପାଖି ୫ ହଜାର । କୋବିଦ-୧୯ ଭୂତାଣୁ ଖାଲି ଲୋକଙ୍କ ଜୀବନ ନେଇନାହିଁ ସାରା ବିଶ୍ଵର ଅର୍ଥନୀତିକୁ ଭୟଙ୍କର ଭାବରେ ପ୍ରଭାବିତ କରିଛି । କୋଟି କୋଟି ଲୋକଙ୍କର ଜୀବିକା ଯାଇଛି, ଆଉରି କେତେ ଲୋକ ଏଥିରେ ପ୍ରଭାବିତ ହେବେ ତାହା ସମୟ କହିବ ।

ଏହି ସ୍ଥିତିରେ ଆମେରିକାର ଜଣେ ବୈଜ୍ଞାନିକ ଡ଼.ମାଇକେଲ ଗ୍ରେଗର ଆଉ ଏକ ଭୟଙ୍କର ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ କୋବିଦ-୧୯ଠାରୁ ଆହୁରି ଏକ ଭୟଙ୍କର ଭୂତାଣୁ ବାହାରିପାରେ; ଯାହା ସାରା ବିଶ୍ଵରେ କରୋନାଠାରୁ ବଡ଼ ମହାମାରୀ ସୃଷ୍ଟି କରିବାର ଆଶଙ୍କା ରହିଛି । ଏହି ଭୂତାଣୁ କୁକୁଡ଼ା ଫାର୍ମରୁ ବାହାରିବ ବୋଲି ସେ ଆଶଙ୍କା କରିଛନ୍ତି । ତାଙ୍କଦ୍ବାରା ଲିଖିତ ‘‘ହାଓ ଟୁ ସରଭାଇଭ୍ ଏ ପାନାଡ଼େମିକ’’ (ନିଜକୁ କିପରି ମହାମାରୀ କାଳରେ ବଞ୍ଚାଇବେ) ପୁସ୍ତକରେ ଏପରି ଆଶଙ୍କା କରିବା ସହ ସେ ନିରାମିଷ ଖାଦ୍ୟ ଖାଇବା ଉପରେ ସେ ଗୁୁରୁତ୍ଵ ଦେଇଛନ୍ତି ।

- Advertisement -

ଗ୍ରେଗରଙ୍କ ଏହି ଆଶଙ୍କା ନେଇ ଭୂତାଣୁ ବିଶେଷଜ୍ଞ ବା ବୈଜ୍ଞାନିକମାନେ କୌଣସି ଟୀପ୍ପଣୀ ଦେଇ ନାହାନ୍ତି । ତେବେ ବାଦୁଡ଼ିଠାରୁ ବ୍ୟାପିଥିବା ଭୂତାଣୁ କୋବିଦ-୧୯ ଯଦି ଏତେବଡ଼ ଭୟଙ୍କର ବିପତ୍ତି ସୃଷ୍ଟି କରିପାରେ ତେବେ କୁକୁଡ଼ାଠାରୁ ବାହାରୁଥିବା ଭୂତାଣୁ ବି ସମାନ ଅନୁପାତରେ ଭୟଙ୍କର କାହିଁକି ନ ହେବ ତାହା ନେଇ ଚିନ୍ତାକରିବାର ଆବଶ୍ୟକତା ରହିଛି ବୋଲି କିଛି ବିଜ୍ଞାନୀ ମତ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଡ଼. ଗ୍ରେଗର କହିଛନ୍ତି ପଶୁ-ପକ୍ଷୀଙ୍କ ସହ ଅଧିକ ଘନିଷ୍ଠ ହେବା ମଣିଷ ପାଇଁ ବିପଦ ଡ଼ାକିପାରେ ।

କରୋନା ପରିବାରର କୋବିଦ-୧୯ ଭୂତାଣୁକୁ ଏକ ଫ୍ୟୁଜନ ଭୂତାଣୁ ବୋଲି କୁହାଯାଏ । ବାଦୁଡ଼ି ଓ ବଜ୍ରକାପ୍ତା ଦେହରେ ଥିବା ଅଲଗାଅଲଗା ଭୂତାଣୁର ଏହା ଏକ ସମ୍ମିଳିତ ରୂପ ଓ ସେଇଥିପାଇଁ ଶକ୍ତିଶାଳୀ । ଯାହାର ପ୍ରତିଷେଧକ ଏ ଯାଏ ବାହାରିନାହିଁ । ଦୁଇଟିଯାକ ବନ୍ୟଜୀବ (ୱାଇଲ୍ଡ଼) ପର୍ଯ୍ୟାୟର ହୋଇଥିବାରୁ ଏବେ ଚୀନ ଓ ଅନ୍ୟ କିଛି ଦେଶରେ ବନ୍ୟପ୍ରାଣୀ ଖାଦ୍ୟ ଉପରେ ନିଷେଧାଦେଶ ଲାଗିଥିବା ସୂଚନା ମିଳିଛି ।

ତେବେ କୁକୁଡ଼ାଠାରେ ରହିଥିବା ଭୂତାଣୁ ଓ ବୀଜାଣୁ ଭବିଷ୍ୟତରେ ମଣିଷ ପାଇଁ ବିପଦ ଆଣିବା ଆଶଙ୍କାକୁ ଏଡ଼ାଯାଇ ନ ପାରେ ବୋଲି ମଧ୍ୟ କୁହାଯାଉଛି । ଚିକେନରେ ସାଧାରଣତଃ ଠାବ କରାଯାଉଥିବା  କାମ୍ପିଲୋବାକ୍ଟର, ସାଲମୋନେଲା, କ୍ଲୋଷ୍ଟ୍ରିଡିୟମ ଫ୍ରେଞ୍ଜିନସ୍ ‌କ୍ଷତିକାରକ ହେଲେ ମଧ୍ୟ ଉଚ୍ଚ ତାପରେ ରନ୍ଧନ ଦ୍ବାରା ତାହାର କ୍ଷତିକାରକ ଗୁଣ ନଷ୍ଟ ହୋଇଯାଇଥାଏ ।  ଭାରତୀୟମାନେ କୁକୁଡ଼ା ମାଂସକୁ ରାନ୍ଧିବା ବେଳେ ପ୍ରାୟ ୨୦୦ରୁ ୫୦୦ ଡ଼ିଗ୍ରୀ ତାପମାତ୍ରା ବ୍ୟବହାର କରନ୍ତି, ଯାହା ଫଳରେ ଏଥିରେ ଥିବା କ୍ଷତିକାରକ ବୀଜାଣୁ ନଷ୍ଟ ହୋଇ ଯାଇଥାଆନ୍ତି । ମାତ୍ର ଡ଼. ଗ୍ରେଗର ଯେଉଁ ଭୂତାଣୁ କଥା କହୁଛନ୍ତି ତାହା କୁକୁଡ଼ା ଫାର୍ମର ଅସ୍ବାସ୍ଥ୍ୟକର ପରିବେଶରୁ ହିଁ ସୃଷ୍ଟି ହେବାର ଆଶଙ୍କା ରହିଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories