www.samajalive.in
Saturday, December 6, 2025
26.1 C
Bhubaneswar

୪ ଡିଗ୍ରୀ ଖସିଲା ତାପମାତ୍ରା, ଶୀତଳ ହେଲା ତତଲାଗଡ

ଟିଟିଲାଗଡ଼ : ତତଲାଗଡ ରୂପେ ପରିଚିତ ଟିଟିଲାଗଡ ଅଂଚଳରେ ପ୍ରାୟ ୨ ମାସ ଧରି ରୌଦ୍ରତାପ ସହ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଆସିଥିବା ବେଳେ ଆଜି ୩୧.୮କୁ ଖସିଆସିଛି। ଗତ୨୨ରେ ୪୫.୨ ଡିଗ୍ରୀ, ୨୩ରେ ୪୫.୫ ଡିଗ୍ରୀ, ୨୪ରେ ୪୫.୮ ଡିଗ୍ରୀ ତଥା ୨୫ରେ ୪୫.୫ ଡିଗ୍ରୀକୁ ଛୁଇଁଥିଲା ତାପମାତ୍ରା। ଏପରିକି ଗତ କିଛି ଦିନ ଧରି ମଧ୍ୟ ୪୨ ଡିଗ୍ରୀ ଉପରେ ରହିଆସିଥିଲା। ଏହି ପରିପ୍ରେକ୍ଷୀରେ ମଇରେ ହଠାତ୍ ପ୍ରାୟ ୧୪ ଡିଗ୍ରୀ ତଳକୁ ପାରଦ ଖସିବା ସହରବାସୀଙ୍କ ଆଶ୍ୱସ୍ତ କରିଛି। ଅନ୍ୟପକ୍ଷରେ ତାତି ଏଭଳି ତଲକୁ ଖସିଥିବା ନେଇ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟର ଜରୁରୀ ବିଭାଗ କର୍ମଚାରୀ ଭୁବନେଶ୍ୱର କେନ୍ଦ୍ରକୁ ରିପୋର୍ଟ କଲାବେଳେ ସେଠାରେ ନିଯୁକ୍ତ ଅଧିକାରୀ ପ୍ରଥମେ ବିଶ୍ୱାସ କରିନଥିବା ଜଣାଯାଇଛି। ଗତକାଲି ସନ୍ଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ନିର୍ଧୁମ ବର୍ଷା ତଥା ଆଜି ସକାଳୁ ଆକାଶ ମେଘାଚ୍ଛନ୍ନ ରହିବା ନେଇ ତାପମାତ୍ରା ହଠାତ୍ ତଳକୁ ଖସିଥିବା ଜଣାଯାଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories