www.samajalive.in
Sunday, December 7, 2025
26.1 C
Bhubaneswar

ଭିଏସ୍‍ଏସ୍‍ ନଗର ଅଞ୍ଚଳବାସୀଙ୍କ ନିଆରା ଉଦ୍ୟମ: ‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ, କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ

ସମାଜ ପୋର୍ଟାଲ ଡେସ୍କ: ମାତୃଶକ୍ତି ଜଗତର ଶ୍ରେଷ୍ଠ ଶକ୍ତି। ମାତୃଶକ୍ତି ନିକଟରେ ସମସ୍ତ ଅଶୁଭ ଓ ରାକ୍ଷାସ ହାରମାନିଥାଏ। ତେଣୁ ମା’ କୋଳ ସବୁଠୁ ସୁରକ୍ଷିତ ସ୍ଥାନ ବୋଲି ବିବେଚନା କରାଯାଏ। ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀରେ ଆକ୍ରାନ୍ତ, ଏହି କରୋନା ରୂପି ରାକ୍ଷସ କବଳରେ ଆମଦେଶ ଓ ଉତ୍କଳ ଜନୀ ମଧ୍ୟ ଆକ୍ରାନ୍ତ। ଏହି କରୋନା ରାକ୍ଷସ ନିରୀହ ଜନତାଙ୍କୁ ଗ୍ରାସ କରିଛି। ତେବେ କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ଯୋଦ୍ଧା ସାଜିଥିବା ପୁଲିସ ବାହିନୀ, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମାନ ଦେବା ସହିତ ସେମାନଙ୍କ ମନୋବଳକୁ ବଢ଼ାଇବା ଆଭିମୁଖ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫.୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ଆହ୍ୱାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଭିଏସ୍‍ଏସ୍‍ନଗର ଗଡେଶ୍ୱର ହାଟ ବଣିକ ସଂଘ, ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି), ଜାଗୃତି ଓ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ମିଳିତ ଭାବେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା।

- Advertisement -

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। କାର୍ୟ୍ୟକ୍ରମରେ ପାଇକ ମହାସଂଘ ସଭାପତି ଅଶୋକ କୁମାର ପାଲଟାସିଂହ ଓ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ଗଡେଶ୍ୱର ହାଟ ବଣିକ ସଂଘ ସଭାପତି ଲକ୍ଷ୍ମଣ ସାହୁ ଓ ସମ୍ପାଦକ ମନୋରଞ୍ଜନ ସାହୁ, ବିଏମ୍‍ସି-ଜାଗୃତି ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ, ବରିଷ୍ଠ ନାଗରିକ ଇଂ.ଶିବପ୍ରସାଦ ମିଶ୍ର, ସମାଜସେବୀ ପୁରଞ୍ଜନ ପାଢ଼ୀ ଓ ସମରଞ୍ଜନ ମହାନ୍ତି, ସାମ୍ବାଦିକ ରାଜୀବ ନୟନ ରଥ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପୁଲିସ, ବିଏମ୍‍ସି-ଜାଗୃତି କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କୁ ବନ୍ଦାପନା କରି ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଭିଏସ୍‍ଏସ୍‍ ନଗର, ପୋଷ୍ଟାଲ୍‍ କଲୋନୀ, ବାଣୀବିହାର, ଚକେଇସିହାଣି, ସମେଇଗାଡ଼ିଆ, ଗାଡ଼କଣ, ରେଲ୍‍ୱେ କଲୋନୀ, ଲକ୍ଷ୍ମୀବିହାର, ଗଜପତି ନଗର ଆଦି ଅଞ୍ଚଳରୁ ୫୦୦ଶହରୁ ଅଧିକ ଲୋକ ସମାବେଶ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଭିଏସ୍‍ଏସ୍‍ନଗର ଗଡେଶ୍ୱର ହାଟ ବଣିକ ସଂଘ ସଦସ୍ୟ, ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)-ଜାଗୃତି କର୍ମଚାରୀ ଓ ନିଖିଳ ଓଡ଼ିଶା ପାଇକ ମହାସଂଘ କର୍ମକର୍ତ୍ତା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories