www.samajalive.in
Friday, December 12, 2025
14.1 C
Bhubaneswar

ମନ୍ତ୍ରର ଶକ୍ତି : ନିୟମିତ ଜପ କଲେ ମିଳିଥାଏ ଏହି ଲାଭ

ଧାର୍ମିକ ମାନ୍ୟତା ଅନୁଯାୟୀ, ନିୟମିତ ମନ୍ତ୍ର ଜପ କରିବା ଦ୍ୱାରା ଜୀବନରେ ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ଦୁଃଖକଷ୍ଟ ଦୂର ହୋଇ, ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଦେବୀଦେବତାଙ୍କ ଶକ୍ତି ମନ୍ତ୍ରରେ ସମାହିତ ହୋଇ ରହିଥାଏ ବୋଲି କୁହାଯାଏ। ଜାଣନ୍ତୁ ସେଭଳି କେତେକ ମନ୍ତ୍ର ବିଷୟରେ……..
୧- ସମସ୍ତ ସଙ୍କଟରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କ ପୂଜା ଓ ମନ୍ତ୍ର ଖୁବ ସହାୟକ ହୋଇଥାଏ। ଆପଣ ଜୀବନରେ ଯଦି ସମସ୍ୟା , କାର୍ଯ୍ୟରେ ବାଧା ଲାଗି ରହୁଛି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ‘ଓଁ ହନୁମନ୍ତେ ନମଃ’ ମନ୍ତ୍ର ଜପ କରନ୍ତୁ।
୨ – ଧାର୍ମିକ ମାନ୍ୟତା ଅନୁଯାୟୀ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଭୁ ଶିବଶଙ୍କର ମନ୍ତ୍ର ଜପ କରିବା ବେଶ ଲାଭଦାୟକ। ନିୟମିତ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ। ଯେଉଁମାନଙ୍କୁ ଅଧିକ କ୍ରୋଧ ଆସିଥାଏ, ସେମାନେ ମଧ୍ୟ ଏହି ମନ୍ତ୍ର ଜପ କରିବା ଉଚିତ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ବହୁ ଶୁଭଫଳ ମଧ୍ୟ ପ୍ରାପ୍ତି ହେବା ସହ ଅନେକ ସମସ୍ୟାର ସମାଧାନ ହୋଇଥାଏ।
୩ – ବହୁ ସମସ୍ୟରେ ଏପରି ହୋଇଥାଏ ବ୍ୟକ୍ତିଙ୍କୁ ବିଶ୍ୱାସଘାତକତା ଓ କାର୍ଯ୍ୟରେ ବାରମ୍ବାର ଅସଫଳତା ମିଳିଥାଏ। ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ନିୟମିତ ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ। ବିଭିନ୍ନ ଶାସ୍ତ୍ରରେ ମଧ୍ୟ ଏହି ମନ୍ତ୍ରର ଲାଭଦାୟକ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି।
୪ – ବିଭିନ୍ନ ପ୍ରକାର ଗ୍ରହ ଦୋଷରୁ ମୁକ୍ତି ପାଇବାକୁ ଧନସମ୍ପତ୍ତି, ବୈଭବ ଆଦି ପୂରଣ ପାଇଁ ନିୟମିତ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରନ୍ତୁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories