www.samajalive.in
Friday, December 12, 2025
14.1 C
Bhubaneswar

କାଶ ଦୂର କରିବ ଡାଳିମ୍ବ

କାଶ ହେବାର ବିଭିନ୍ନ କାରଣ ରହିଛି । ସାମାନ୍ୟ ଥଣ୍ଡା ବା ସର୍ଦ୍ଦି ହେଲେ କାଶ ସମସ୍ୟା ଦେଖାଦିଏ । ବେଳେ ବେଳେ ଆଲର୍ଜି ଯୋଗୁ ମଧ୍ୟ କାଶ ହୋଇଥାଏ । ଶୀତ ଏବଂ ବର୍ଷା ଋତୁରେ ଲୋକେ ବେଶୀ ଏହି ରୋଗରେ ପୀଡ଼ିତ ହେଉଥିବା ଦେଖାଯାଏ । କିନ୍ତୁ ବହୁ ସମୟ ଧରି ଲାଗି ରହୁଥିବା ଶୁଖିଲା କାଶ ଏକ ବଂଶାନୁକ୍ରମିକ ରୋଗ। ଯାହାକୁ ଉପଯୁକ୍ତ ସମୟରେ ହିଁ ଉପଶମ କରାଯିବା ଆବଶ୍ୟକ। ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଯୋଗୁ ସମ୍ପ୍ରତି ବହୁ ଲୋକ ମଧ୍ୟ ଏହି ରୋଗରେ ପୀଡ଼ିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଏଭଳି ରୋଗରେ ପୀଡ଼ିତ ଥିବା ଲୋକେ ଚିକିତ୍ସାରେ ଡେରି କରିବା ଉଚିତ ନୁହେଁ । ଆବଶ୍ୟକ ସ୍ଥଳେ ଘରେ ମଧ୍ୟ ଉପଚାର କରାଯାଇପାରେ । ଏଥିପାଇଁ ରୋଗୀ ପ୍ରଚୁର ପରିମାଣରେ ଡାଳିମ୍ବ ଖାଆନ୍ତୁ । ଡାଳିମ୍ବ ଖାଇଲେ ଯେ ଖାଲି ଶରୀରରେ ରକ୍ତ ଏବଂ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ ତାହା ନୁହେଁ; ଏହା ଅନ୍ୟ ବିଭିନ୍ନ ରୋଗ ଉପଶମ କରିପାରେ । ତନ୍ମଧ୍ୟରୁ ଶୁଖିଲା କାଶ ଅନ୍ୟତମ । ଡାଳିମ୍ବ ଚୋପା ଶୁଖିଲା କାଶର ମହୋଷଧି । ଶୁଖିଲା ଡାଲିମ୍ବ ଚୋପାର ଚୁର୍ଣ୍ଣକୁ ନିୟମିତ ସକାଳେ ଏବଂ ସନ୍ଧ୍ୟାରେ ସେବନ କରିବା ଦ୍ୱାରା ଖୁବ୍‌ ଆରାମ ମିଳିଥାଏ । ଚା’ କିମ୍ବା ଉଷୁମ ପାଣିରେ ମିଶାଇ ମଧ୍ୟ ଏହାକୁ ସେବନ କରିପାରିବେ । ୧୫ ଦିନ ପର୍ୟ୍ୟନ୍ତ ଏଭଳି କଲେ ରୋଗ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories