www.samajalive.in
Saturday, December 6, 2025
17.1 C
Bhubaneswar

ଆଜି ଫେରିବେ ଜାପାନ ବନ୍ଦରରେ ଫସି ରହିଥିବା ଭାରତୀୟ

ନୂଆଦିଲ୍ଲୀ: ଜାପାନ ବନ୍ଦରରେ ଫସି ରହିଥିବା ଭାରତୀୟ ବୁଧବାର ଭାରତ ଫେରି ଆସିବେ। ଏନେଇ ଟୋକୟୋସ୍ଥିତ ଭାରତୀୟ ଦୂତାବାସଙ୍କ ଠାରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ଭାରତୀୟଙ୍କ ଠାରେ କରୋନା ଭାଇରସର ଲକ୍ଷଣ ନ ଥିବ କେବଳ ସେହିମାନଙ୍କୁ  ଚାର୍ଟର୍ଡ ବିମାନରେ ଭାରତ ଫେରାଇ ଅଣାଯିବ। ଡାଏମଣ୍ଡ ପ୍ରିନ୍‌ସେସ ଜାହାଜରେ ମୋଟ ୧୩୮ ଜଣ ଭାରତୀୟ ରହିଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ୧୬ ଜଣ କରୋନା ଭାଇରସରେ ଆକ୍ରନ୍ତ ହୋଇ ସାରିଛନ୍ତି। ଅନ୍ୟ ୧୨୨ ଭାରତୀୟ ସୁସ୍ଥ ଥିବା ବେଳେ ସେମାନେ ଭାରତ ଫେରିବେ ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରେ ଜଣେ ଓଡିଆ ପୁଅ ରହିଛନ୍ତି।

ସୂଚନାଯୋଗ୍ୟ, ଫେବୃଆରୀ ୩ରେ ଡାଏମଣ୍ଡ ପ୍ରିନ୍‌ସେସ ଜାହାଜ ଜାପାନର ୟୋକୋହାମା ବନ୍ଦରରେ ଲାଗିଥିଲା। ସେଥିରେ ବିଭିନ୍ନ ଦେଶର ମୋଟ୍ ୩୭୦୦ ଲୋକ ଥିଲେ। ବର୍ତ୍ତମାନ ଜାହାଜରେ ପ୍ରାୟ ହଜାର ଲୋକ ରହିଛନ୍ତି। ଜାହାଜରେ ଥିବା ଲୋକଙ୍କ ମଧ୍ୟରୁ କାରୋନା ଭାଇରସରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ୧୩୮ ଭାରତୀୟଙ୍କ ମଧ୍ୟରୁ ୧୩୨ ଜଣ କ୍ରୁଜ୍ ସଦସ୍ୟ ଥିବା ବେଳେ ଅନ୍ୟ ୬ ଜଣ ଯାତ୍ରୀ ଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories