www.samajalive.in
Friday, December 12, 2025
26.1 C
Bhubaneswar

ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ପାୱାର ହିଟର୍ସ ବିଜୟୀ

ଗଞ୍ଜାମ: ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ ମୟୁରପଦାଠାରେ ବନ୍ଧୁତ୍ଵପୂର୍ଣ୍ଣ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଅଂଶଗ୍ରହଣକାରୀ ପ୍ରତ୍ୟେକ ଦଳ ଗୋଟିଏ ଲେଖାଏଁ ବିଜୟ ହାସଲ କରିଥିଲେ। ତେଣୁ ନେଟ ରନରେଟ ଭିତ୍ତିରେ ପାୱାର ହିଟର୍ସ ଏବଂ ଇଗଲ ଏକାଦଶ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ପାୱାର ହିଟର୍ସ ନିର୍ଦ୍ଧାରିତ ୮ ଓଭରରେ ୯୬ ରନ କରିଥିଲା। ଇଗଲ ଏକାଦଶ ୯୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୮ ଓଭରରେ ୭୦ ରନ୍ କରି ପରାସ୍ତ ହୋଇଥିଲା। ପାୱାର ହିଟର୍ସ ୨୬ ରେ ବିଜୟୀ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ମ୍ୟାନ ଅଫ ଦ ମ୍ୟାଚ ଭାବେ ସି.ଏଚ  ମୋହନ ଏବଂ ସିରିଜ ଏ. ପ୍ରକାଶ ଚନ୍ଦ୍ର ରେଡ୍ଡୀଙ୍କୁ ବିବେଚିତ କରାଯାଇଥିଲା । ବିଜୟୀ ଦଳକୁ ମୁଖ୍ୟଅତିଥି ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ପୁରସ୍କୃତ କରିଥିଲେ। ସମ୍ମାନିତ ଅତିଥି ଭାବେ ହୁମ୍ମା ସମିତି ସଭ୍ୟ ଦ୍ରୁବଚରଣ ପଲାଇ, ସୁନିଲ ପ୍ରଧାନ, ସମାଜସେବୀ ସଂଜୟ ସ୍ବାଇଁ, ତ୍ରିପତି ଆଚାରି, ପ୍ରମୋଦ ପ୍ରଧାନ, ଧରଣୀ ରେଡ୍ଡୀ ଏବଂ ବାଉରୀବନ୍ଧୁ ରେଡ୍ଡୀ ଉପସ୍ଥିତ ଥିଲେ । କ୍ରିଷ୍ଣା ରେଡ୍ଡୀ , ଟୁକୁନା ରେଡି ଏବଂ ପି. ମୋହନ ଖେଳ ପରିଚାଳନା କରିଥିବାବେଳେ, ଏ. ଦିବାକର ଧାରାବିବରଣୀ ପ୍ରଦାନ କରିଥିଲେ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories