www.samajalive.in
Friday, December 12, 2025
15.1 C
Bhubaneswar

କଣ୍ଟେନର ଧକ୍କାରେ ମହିଳା ମୃତ 

ଗୋପାଳପୁର  :  ଗୋପାଳପୁର ଥାନା ଅନ୍ତର୍ଗତ ପୋକଡିବନ୍ଦ ଛକ ଚର୍ଚ୍ଚ ସମ୍ମୁଖ ଜାତୀୟ ରାଜପଥରେ ଆଜି ଏକ କଣ୍ଟେନର ପଛପଟୁ ଧକ୍କା ଦେବାରୁ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ଗଜପତି ଜିଲାର ଅତରସିଂ ଗ୍ରାମର ପ୍ରଭାସିନୀ ଶବର ବୋଲି ପୁଲିସ କହିଛି । ସୂଚନା ପ୍ରକାରେ ଗଜପତି ଜିଲା ଅତରସିଂର ସନାତନ ମଣ୍ଡଳ, ସ୍ତ୍ରୀ ପ୍ରଭାସିନୀ ଶବର ଓ ପୁଅ ତିନି ଜଣ ଏକ ବାଇକରେ ଜାତୀୟ ରାଜପଥ ଦେଇ ପୋକଡିବନ୍ଦ ଛକରେ ଥିବା ସମ୍ପର୍କୀୟ ଘରକୁ ଯାଉଥିବା ବେଳେ ଆଜି ଦିନ ପ୍ରାୟ ସାଢେ ୧୨ଟା ସମୟରେ ଏକ କଣ୍ଟେନର ନମ୍ବର କେଏ ୫୨‌ ବି ୯୬୬୭  ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ତିନି ଜଣ ଛିଟିକି ପଡ଼ିଥିବା ବେଳେ ପ୍ରଭାସିନୀର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ଗୋପାଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ବ୍ରହ୍ମପୁର ମେଡିକାଲ ପଠାଇଥିଲା । ସ୍ୱାମୀ ସନାତନଙ୍କ ଅଭିଯୋଗ ପ୍ରକାରେ କେସ ନମ୍ବର  ୩୩୭/୨୪ ମାମଲା ରୁଜୁ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଧକ୍କା ଦେଇଥିବା ଟ୍ରକ ଓ ଡ୍ରାଇଭରକୁ ଥାନାରେ ଅଟକ ରଖିଥିବା ପୁଲିସ କହିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories