www.samajalive.in
Monday, December 15, 2025
26.1 C
Bhubaneswar

ବିନା ସୂଚନାରେ ବିଦ୍ୟୁତକାଟ, ଦାନା ବାନ୍ଧୁଛି ଅସନ୍ତୋଷ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବିଦ୍ୟୁତ ଉପଖଣ୍ଡରେ ଏବେ ନିତିଦିନ ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟ ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛିl କୌଣସି ପୂର୍ଵ ସୂଚନା ନ ଥାଇ ପ୍ରତିଦିନ ସକାଳୁ ସନ୍ଧ୍ୟା ଭିତରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ଘଟଣା ସମ୍ପର୍କରେ ବିଦ୍ୟୁତ ବିଭାଗ ଏସଡ଼ିଓ ବିଜୟ କୁମାର ଲେଙ୍କାକୁ ପଚାରିବାରେ ସେ ବର୍ଷା ଯୋଗୁଁ ଏହା ହେଉଥିବା କହିଛନ୍ତିl

ଗତ ଜୁନ ୧ରୁ ବିଦ୍ୟୁତ ସେବାକୁ ଟାଟା ପାୱାରକୁ ହସ୍ତାନ୍ତର କରାଗଲା ପରେ ବିଦ୍ୟୁତ ଉପଭୋକ୍ତାମାନେ ସେବା ପାଇବାରୁ ବଂଚିତ ହେଉଛନ୍ତିl ଏମିତି କୌଣସି ଦିନ ନାହିଁ କେଉଁଦିନ ସକାଳୁ ବିନା ସୂଚନାରେ ବେଗୁନିଆ ଉପଖଣ୍ଡ ଅଧିନସ୍ଥ ଚାରଟି ସେକ୍ସନରେ ସକାଳୁ ରାତି ଭିତରେ ୧୦ରୁ ୧୫ ଥର ବିଦ୍ୟୁତ କାଟ ହେଉନାହିଁl ଗ୍ରାମାଂଚଳର ଅବସ୍ଥା ନ କହିବା ଭଲl ଚାଷୀଠାରୁ ଆରଂଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସ୍କୁଲଠାରୁ ଆରମ୍ଭ କରି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପର୍ଯ୍ୟନ୍ତ ସବୁ ସ୍ତରରେ ଜନସାଧାରଣ ପ୍ରଭାବିତ ହେଉଛନ୍ତିl ଅନ୍ୟ ପକ୍ଷରେ ଏକାଥରକେ ଦୁଇ ମାସର ବିଲ ଦିଆ ଯିବା ଯୋଗୁଁ ଗ୍ରାହକମାନେ ହଇରାଣ ହେଉଥିବା ଜଣାପଡିଛିl

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories