www.samajalive.in
Saturday, December 6, 2025
26.1 C
Bhubaneswar

ସାବଧାନ! ସ୍ୱାଦିଷ୍ଟ ଆଳୁ ହୋଇପାରେ ସ୍ୱାସ୍ଥ୍ୟ ପାଇଁ ହାନିକାରକ

ଖୁବ୍‍ କମ୍‍ ବ୍ୟଞ୍ଜନ ଅଛି ଯେଉଁଥିରେ କି ଆଳୁ ପଡ଼ି ନଥାଏ। ପିଲାଠାରୁ ବୟସ୍କ ଆଳୁ ସମସ୍ତଙ୍କର ବହୁତ ପସନ୍ଦ ହୋଇଥାଏ। ପ୍ରାୟ ସମସ୍ତ ତରକାରୀରେ ଆଳୁ ପକାଯାଇଥାଏ। ତେଣୁ କୁହାଯାଏ ଯେ ଆଳୁ ବିନା ତରକାରୀ ଅଧା ହୋଇଥାଏ। ହେଲେ ଏହି ଆଳୁ ବହୁତ ରୋଗର କାରଣ ସାଜିପାରେ। ତେବେ ଚାଲନ୍ତୁ ଜାଣିବା ଆଳୁ ଖାଇବା ଦ୍ୱାରା ଆମର କ’ଣ କ୍ଷତି ହୋଇଥାଏ –
ଅମ୍ଳ :
ପ୍ରତ୍ୟେକ ଦିନ ଆଳୁ ଖାଉଥିବା ବ୍ୟକ୍ତିଙ୍କର ଗ୍ୟାସ୍‍ ବା ଅମ୍ଳ ବୃଦ୍ଧି ହେବାର ଆଶଙ୍କା ଅଧିକ ଥାଏ, ତେଣୁ ଖାଦ୍ୟରେ ଆଳୁର ବ୍ୟବହାର କମ୍‍ କରନ୍ତୁ।
ଶର୍କରାରେ ଭରପୁର :
ଯଦି ଆପଣଙ୍କ ରକ୍ତରେ ଶର୍କରା ପରିମାଣ ଅଧିକ ରହିଛି, ତେବେ ଆଳୁ ବିଲ୍‍କୁଲ୍‍ ହି ଭୁଲିଯାଆନ୍ତୁ। ଆଳୁରେ ଗ୍ଲାଇସେମିକ୍‍ ଇଣ୍ଡେକ୍ସ ରହିଥାଏ, ଯାହାଦ୍ୱାରା ଶରୀରରେ ଗ୍ଲୁକୋଜ୍‍ର ମାତ୍ରା ବୃଦ୍ଧି ପାଇଥାଏ। ରକ୍ତରେ ଶର୍କରାର ମାତ୍ରା କମ୍‍ କରିବା ପାଇଁ ଆଳୁ ଖାଇବା ବନ୍ଦ କରିଦିଅନ୍ତୁ।
ରକ୍ତଚାପ :
ଆଳୁ ଆପଣଙ୍କ ରକ୍ତଚାପରେ ପ୍ରଭାବ ପକାଇଥାଏ। ଏହା ଉଚ୍ଚ ରକ୍ତଚାପର ଆଶଙ୍କା ବଢାଇଥାଏ। ଗବେଷଣାରୁ ଜଣାପଡ଼ିଛି ସପ୍ତାହକୁ ୪ ଥର କିମ୍ବା ତା’ଠାରୁ ଅଧିକ ଆଳୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ଅଧିକ ଥାଏ।
ମେଦ ବୃଦ୍ଧି :
ଏହା ସମସ୍ତେ ଜାଣନ୍ତି ଯେ ଆଳୁ ଓଜନ ବଢାଇବାରେ ସାହାଯ୍ୟ କରିଥାଏ। ଏହା ସେମାନଙ୍କ ପାଇଁ ବହୁ ଲାଭଦାୟକ ହୋଇଥାଏ ଯେଉଁମାନେ ନିଜ ଓଜନ ବଢାଇବାକୁ ଚାହିଁ ଥାଆନ୍ତି। ହେଲେ ଯଦି ଆପଣ ପତଳା ହେବା ପାଇଁ ଚାହୁଁଛନ୍ତି ତେବେ ଆଳୁର ସେବନ କମ୍‍ କରନ୍ତୁ। ଅଧିକ ଆଳୁ ଖାଇବା ଦ୍ୱାରା ଚର୍ବି ବା ମୋଟାପଣ ବୃଦ୍ଧି ହୋଇଥାଏ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories