www.samajalive.in
Wednesday, December 10, 2025
18.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଏହି ଉପାୟ

ସ୍ୱାସ୍ଥ୍ୟ ପାଇଁ ପୋଟାସିୟମରେ ଭରପୂର ଥିବା ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ। ପୋଟାସିୟମ ଯୁକ୍ତ ଆହାର ଖାଇବା ଦ୍ୱାରା ଏହା ଆମ ମାଂସପେଶୀକୁ ଶକ୍ତ କରିଥାଏ। ଶରୀରରେ ଉପଯୁକ୍ତ ପରିମାଣରେ ପୋଟାସିୟମ ପାଇବାକୁ ହେଲେ ଆପଣଙ୍କୁ ଯଥେଷ୍ଟ ପରିମାଣରେ ଫଳ , ବାଦାମ, ସବୁଜ ପନିପରିବା ଖାଇବା ଆବଶ୍ୟକ ଅଟେ। ଖାଦ୍ୟରେ ପୋଟାସିୟମ ଏକ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ଅଟେ। ରୋଗମୁକ୍ତ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମକୁ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟପେୟର ସେବନ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ପୋଟାସିୟମ ଅଭାବରୁ ବହୁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ, ତାହା ହୁଏତ ସଭିଏଁ ଜାଣିନଥିବେ। ଜାଣନ୍ତୁ ପୋଟାସିୟମ ଅଭାବରୁ ସ୍ୱାସ୍ଥ୍ୟ ପାଇଁ କେଉଁ ସମସ୍ୟା ସୃଷ୍ଟି ହୋଇଥାଏ
ପେଟ ଜନିତ ସମସ୍ୟା –
ପୋଟାସିୟମ ଅଭାବରୁ ପେଟ ଫୁଲିବା, କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। କାରଣ ପୋଟାସିୟମ ଅଭାବରୁ ହଜମ କ୍ରିୟା ସୂଚାରୁ ରୂପେ ହୋଇପାରେ ନାହିଁ। ପାଚନ ତନ୍ତ୍ର ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ।
ଶିରାପ୍ରଶିରା ଦୁର୍ବଳ ହେବା –
ପୋଟାସିୟମର ମାତ୍ରା କମ ହେବା ଦ୍ୱାରା ଶିରାପ୍ରଶିରା ଦୁର୍ବଳ ହୋଇଯାଏ। ସଠିକ ଭାବେ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ। ଫଳରେ ହାତ ଗୋଡ଼ ଫୁଲିବା ଭଳି ସମସ୍ୟା ସୃଷ୍ଟି ହେବା ସହ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ।
ଥକ୍କାପଣ ଅନୁଭୂତ ହେବା –
ଶରୀରରେ ପୋଟାସିୟମର ମାତ୍ରା କମ ହେବା ଦ୍ୱାରା ଅଧିକ ପରିମାଣରେ ଥକ୍କାପଣ ଅନୁଭୂତ ହୋଇଥାଏ। କୌଣସି କାର୍ୟ୍ୟ କରିବାକୁ ଆଗ୍ରହ ହୋଇନଥାଏ। ଫଳରେ ନିଜର ଦୈନନ୍ଦିନ କାର୍ୟ୍ୟରେ ବାଧା ପ୍ରାପ୍ତ ହୋଇଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିପାରିନଥାଏ।
ନିଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି ହେବା –
ଶରୀରରେ ସଠିକ ମାତ୍ରାରେ ପୋଟାସିୟମର ମାତ୍ରା ରଖିଲେ ଫୁସଫୁସ ସଠିକ ଭାବେ କାର୍ୟ୍ୟ କରେ , ଫଳରେ ଆମେ ସହଜରେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁ। ମାତ୍ର ପୋଟାସିୟମର ମାତ୍ରା କମ ହେବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ସୃଷ୍ଟି ହୁଏ। ଅର୍ଥାତ ଶରୀରକୁ ଉପଯୁକ୍ତ ମାତ୍ରାରେ ଅମ୍ଳଜାନ ମିଳିପାରେ ନାହିଁ।
ମାଂସପେଶୀ ଦୁର୍ବଳ ହେବା –
ପୋଟାସିୟମର ମାତ୍ରା କମ ହେବା ଦ୍ୱାରା ମାଂସପେଶୀ ଦୁର୍ବଳ ହୋଇଯାଏ। ଫଳରେ ବହୁ ସମୟରେ ମାଂସପେଶୀ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ମାଂସପେଶୀ ଉପରେ କୁପ୍ରଭାବ ପଡ଼ିବା କାରଣରୁ ଶରୀରରେ ଅନ୍ୟାନ୍ୟ ରୋଗ ସୃଷ୍ଟି ହୋଇଥାଏ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories