www.samajalive.in
Thursday, December 11, 2025
18.1 C
Bhubaneswar

ବିଷାକ୍ତ ଛତୁ ଖାଇ ୪ ଅସୁସ୍ଥ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧଳପୁର ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୁରୁବାର ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇଥିବାବେଳେ ସେଥି ମଧ୍ୟରୁ ୨ ଗୁରୁତର ହୋଇ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଧଳପୁର ଗ୍ରାମର କୁନ୍ତଳା ରୂଷି ନାମକ ଜଣେ ୬୦ ବର୍ଷୀୟା ମହିଳା ଗୁରୁବାର ସକାଳ  ୮ଟା ସମୟରେ ନିଜ ଘର ବାଡ଼ିରେ ଫୁଟିଥିବା ଅଜଣା ଛତୁ ତୋଳି ତାହାକୁ ତରକାରୀ ଭାବେ ରାନ୍ଧିଥିଲେ । ଛତୁ ରାନ୍ଧି ସାରିବା ପରେ କୁନ୍ତଳା ତାର ପୁଅ କୁମୁଦ ରୂଷି, ୧୧ ବର୍ଷୀୟା ଝିଆରୀ କୋଶଲ୍ୟା ଏବଂ ସମ୍ପର୍କୀୟ ରମାକାନ୍ତ ଋଷିଙ୍କୁ ଖାଇବାକୁ ଦେଇ ସେ ନିଜେ ମଧ୍ୟ ଖାଇଥିଲେ । ଛତୁ ତରକାରୀ ଖାଇ ସାରିବା ପରେ ସମସ୍ତେ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡିଥିଲେ । ଏହା ଜାଣିବା ପରେ ପରିବାରର ଅନ୍ୟ ସଦସ୍ୟ ମାନେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ରେଢ଼ାଖୋଲ ନେଇଥିଲେ । ତେବେ ଚିକିତ୍ସା ପରେ କୌଶଲ୍ୟା ଏବଂ ରମାକାନ୍ତ ସମ୍ପୂର୍ଣ ଭାବେ ସୁସ୍ଥ ହୋଇଥିବାବେଳେ ଗୁରୁତର କୁନ୍ତଳା ଏବଂ ପୁଅ କୁମୁଦ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଟାଟା ପାୱାର ପକ୍ଷରୁ ଉପଭୋକ୍ତା ପୁରସ୍କୃତ

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories