www.samajalive.in
Saturday, December 13, 2025
27.1 C
Bhubaneswar

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ଗୁହାରି ୨୦୨୪ର ଆଜି ଥିଲା ଦ୍ୱିତୀୟ ସଂଧ୍ୟା । ରଥଯାତ୍ରା ସମୟରେ ଭକ୍ତ ଗୁହାରି କରି ଡ଼ାକୁଛି ହେ ପ୍ରଭୁ ମତେ ରକ୍ଷା କର । ଏଠି ରଥ, ପଥ ସର୍ବେ ଏକାକାର । ଦେବତା କହିଲେ ଜଗନ୍ନାଥ । ଧର୍ମ କହିଲେ ଜଗନ୍ନାଥ ଧର୍ମ । ମାନବିକ ମୂଲ୍ୟବୋଧରେ ତାଙ୍କୁ ଅନୁଭବ କରିହୁଏ । ନବଦିନ ଯାତ୍ରା ପରେ ଏହି ମାର୍ଗ ଦେଇ ପୁନଃ ପ୍ରତ୍ୟାବର୍ତ୍ତନ । ଶ୍ରୀ ମନ୍ଦିରରୁ ତିନି ଗୋଟି ରଥ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ  ଓ ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ବାହାରି ଶ୍ରୀମନ୍ଦିର ଯାତ୍ରା ଅତୀବ ରହସ୍ୟମୟ । ଅଗଣିତ ବିଶ୍ୱବାସୀଙ୍କ ଆଶା ଓ ଆକାଂକ୍ଷା ଏବଂ ଉଦ୍ଦୀପନାର ଏ ଯାତ୍ରା, କିଏ କହେ ଘୋଷ ଯାତ୍ରା, କିଏବା କହେ ନବଦିନାତ୍ମକ ଯାତ୍ରା । କେହିବା କହନ୍ତି ଜନ୍ମ ବେଦୀକୁ ଚତୁର୍ଦ୍ଧାମୂତ୍ତିଙ୍କର ଯାତ୍ରା । ଏଭଳି ଏକ ଭାବାପୂର୍ଣ୍ଣ ପରିବେଶରେ କଣ୍ଠଶିଳ୍ପୀମାନଙ୍କର ଜଗନ୍ନାଥଙ୍କ ଉପରେ ଭକ୍ତି ସଙ୍ଗୀତ ପ୍ରବିବେଷଣ ଏହି ଉତ୍ସବକୁ ଦ୍ୱିଗୁଣିତ କରିଛି ।

ଦ୍ୱିତୀୟ ସଂଧ୍ୟାର କଣ୍ଠଶିଳ୍ପୀମାନେ ଥିଲେ ସଙ୍ଗୀତା ଗୋସାଇଁ, ଅଭିଜିତ ମିଶ୍ର, ଇପ୍ସିତା ପଣ୍ଡା, ପିନାକୀ ନାୟକ, ସୁରସରିତା ରାଉତ, ବୀରପ୍ରତାପ ସିଂ, ଶିବାନନ୍ଦ ତ୍ରିପାଠୀ, ସସ୍ମିତା ମିଶ୍ର ଓ ସୌରଭ ଭରଦ୍ୱାଜ । ସେମାନଙ୍କ ଦ୍ୱାରା ପରିବେଷିତ ହୋଇଥିବା ଭକ୍ତି ସଙ୍ଗୀତ ମଧ୍ୟରେ ଥିଲା ମିତଣୀ ଲୋ ଶ୍ରୀକ୍ଷେତ୍ର ଯିବା, କଳାମେଘ ଠାରୁ ଆହୁରୀ କଳା, ଚକା ନୟନକୁ ପରି ତ କେହି, ମାଂଇହ ଚଳିତ ବିଲୋକ୍ୟଂ, ଚାଲ ସଖୀ ଆମ୍ଭେ ଦର୍ଶନ କରିବା, ଜଗନ୍ନାଥ କଲେ ଯା ଅନାଥ, ପ୍ରଭୁ କି ସୁନ୍ଦର ଦିଶ, ମେଘ ମାଳକୁ ନିନ୍ଦେ କାଳକୁ, ପ୍ରାଣ ସଙ୍ଗାତରେ ନୟନ ପୁରାଇ, କାଳିଆ କାହ୍ନୁ ଆଉ ବିଳମ୍ବ କର, କାଳିଆ ସୁନା କିଛି ମୋର ନାହିଁ, ଆହେ ନୀଳାଚଳ ନାୟକ, ବୃନ୍ଦାବନେ ବଂଶୀ କେ ବଜାଇଲା, ମଣିମା ସୁଣିମା ହେଉ ଗରୀବ ଡାକ, ଦୀନବନ୍ଧୁ ଦୈତାରୀ ଦୁଃଖ, ଆହେ ନୀଳଶୈଳ, ଦୀନବନ୍ଧୁ ଏଇ ଅଳି ଶ୍ରୀଛାମୁରେ, ଏକା ତୋ ଭକତ ଜୀବନ ଇତ୍ୟାଦି । ସେମାନଙ୍କୁ ତବଲାରେ ସୁଶୀଲ ଦାସ, ଢୋଲକରେ ରବି ନାରାୟଣ ବାରିକ, ବଂଶୀରେ ଶ୍ରୀନିବାସ ଶତପଥୀ, ଅକ୍ଟୋପ୍ୟାଡ଼ରେ ସୁରଜ କୁମାର ରଥ, କିବୋର୍ଡ଼ରେ ଇରାଜ କୁମାର ରଥ ଏବଂ ହାରମୋନିୟମରେ ବିଶ୍ୱନାଥ ମିଶ୍ର ସହଯୋଗ କରିଥିଲେ ।

- Advertisement -

ଦ୍ୱିତୀୟ ସଂଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ; ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ; ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାଶ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ ଅନାମିକା ଅଧିକାରୀ । କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡ଼କ୍ଟର ଶ୍ରୀନୀବାସ ଘଟୁଆରୀ ଏବଂ ପରିଚାଳନାରେ ସହଯୋଗ କରିଥିଲେ  ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସିକତା ଦାସ ଓ ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories