www.samajalive.in
Saturday, December 6, 2025
23.1 C
Bhubaneswar

ପୁଷ୍ଟିହୀନତା ହ୍ରାସ ପାଇଁ ପୋଷଣ ଅଭିଯାନ କାର୍ୟ୍ୟକ୍ରମ 

ବେଗୁନିଆ : ବେଗୁନିଆ ବ୍ଲକରେ ପୁଷ୍ଟିହୀନତା ହ୍ରାସ ପାଇଁ ଶିଶୁ ବିକାଶ କାର୍ୟ୍ୟାଳୟ ତରଫରୁ ସି ଡି ପି ଓ ରଞ୍ଜୁବାଳା ସାହୁଙ୍କ ପ୍ରତେକ୍ଷ ତତ୍ୱବଧାନରେ ୨୦୨୧ ସେପ୍ଟେମ୍ବରରୁ ପୋଷଣ ଅଭିଯାନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି ।ଏହି କାର୍ୟ୍ୟକ୍ରମ ଏକ ମାସ ବ୍ୟାପି ଆସନ୍ତା ୩୦ତାରିଖ ପର୍ୟ୍ୟନ୍ତ ଚାଲିବ ।ମୋଡୁଲ ୪ ,୫ ଏବଂ ୬ ର ଅଙ୍ଗନବାଡି ସ୍ତରରେ ଟ୍ରେନିଂ ଶେଷ ହୋଇଛି ।ଏହି କାର୍ୟ୍ୟକ୍ରମ ବ୍ଲକର ୯ଟି ସେକ୍ଟରର ୨୧୩ ଅଙ୍ଗନବାଡି ଏବଂ୨୩ ଟି ମିନି ଅଙ୍ଗନବାଡି କେନ୍ଦ୍ରରେ ସି ଡି ପି ଓ ରଞ୍ଜୁବାଳା ସାହୁଙ୍କ ପ୍ରତେକ୍ଷ କେନ୍ଦ୍ର ପରିଦର୍ଶନ ସହିତ କାର୍ୟ୍ୟକ୍ରମର ତାଲିମ ପ୍ରଦାନ ଶେଷ ହୋଇଛି ।ସି ଡି ପି ଓ ଏବଂ କାର୍ୟ୍ୟରତ ୮ ଜଣ ସୁପରଭାଇଜର ପ୍ରତି ଅଙ୍ଗନବାଡି କେନ୍ଦ୍ରକୁ ଯାଇ ପୁଷ୍ଟିହୀନତାକୁ କିପରି ହ୍ରାସ କରାଯାଇପାରିବ ସେ ସଂକ୍ରାନ୍ତରେ ଅଙ୍ଗନବାଡି କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।ଅଙ୍ଗନବାଡି କର୍ମୀମାନେ ମା ଓ ଶିଶୁଙ୍କ ପାଇଁ ସମ୍ପୃକ୍ତ କେନ୍ଦ୍ର ତଥା ଗ୍ରାମ ରେ କଦଳୀ ଗଛ ,ଅମୃତଭଣ୍ଡା, ଲେମ୍ବୁ ଏବଂ ସଜନା ଗଛ ଲଗାଇବା ସହିତ ଶିଶୁମାନଙ୍କ ର ଅନ୍ନ ପ୍ରସନ୍ନ କରାଇଥିଲେ ।ଲୋକମାନଙ୍କୁ ସଚେତନ କରାଇବା ପାଇଁ କେନ୍ଦ୍ରରେ ପୋଷଣ ଭିତ୍ତିକ ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା ।ସରକାର ଯୋଗାଇ ଦେଉଥିବା ଖାଦ୍ୟକୁ ଶିଶୁ ମାନେ ଠିକ ଭାବରେ ଖାଉଛନ୍ତି ନାଁ ନାହିଁ ତାର ତଦାରଖ କରାଯାଇଥିଲା ।ଶିଶୁମାନେ ପୁଷ୍ଟିହୀନତାର ଶୀକାର ହୋଇଛନ୍ତି ନାଁ ନାହିଁ ସେଥିପାଇଁ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କ ଓଜନ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।ସମସ୍ତ ଗ୍ରାମରେ ପୋଷଣ ସଂକ୍ରାନ୍ତୀୟ ଟ୍ରେନିଂ କାର୍ୟ୍ୟକାରୀ କରିବା ପାଇଁ ସି ଡି ପି ଓ କର୍ମୀମାନଙ୍କୁ ତ୍ୱରାନ୍ୱିତ କରୁଛନ୍ତି ।ପ୍ରାକ ବିଦ୍ୟାଳୟ ଶିଶୁ ମାନଙ୍କ ପାଇଁ କୋଭିଡ-୧୯ସମୟରେ ଅଙ୍ଗନବାଡିକେନ୍ଦ୍ର ବନ୍ଦ ଥିବାରୁ ସମସ୍ତ ଶିଶୁଙ୍କ ଘରେ ଅରୁଣୀମା କ୍ୟାଲେଣ୍ଡର ସେପ୍ଟେମ୍ବର-୨୧ରେ ବଣ୍ଟନ କରାଯାଇଛି ।ଶିଶୁ ,ଗର୍ଭବତୀ ଏବଂ ପ୍ରସୂତୀ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ସେମାନଙ୍କ ଘରେ ବଣ୍ଟନ କରାଯାଇଛି ।ଅରୁଣୀମା କ୍ୟାଲେଣ୍ଡର ଅନୁସାରେ ଶିଶୁମାନଙ୍କୁ ଶିକ୍ଷା ଦିଆଯାଉଛି ।ଉକ୍ତ ବ୍ଲକରେ୨୨ ଜଣ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଥିବାବେଳେ ସରକାରଙ୍କର ଏହି କାର୍ୟ୍ୟକ୍ରମ ଯୋଗୁଁ୧୬ଜଣ ଶିଶୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥିବାର କାର୍ୟ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories