www.samajalive.in
Saturday, December 6, 2025
23.1 C
Bhubaneswar

ବ୍ୟାଙ୍କ ଅଫ ବରୋଦାର ବିଓବିୱର୍ଲଡ

ମୁମ୍ବଇ: ଦେଶର ବୃହତ ବ୍ୟାଙ୍କଗୁଡିକ ବର୍ଗରେ ଆଇବିଏ ବ୍ୟାଙ୍କିଙ୍ଗ ଟେକନୋଲୋଜି ୨୦୨୧ ପୁରସ୍କାର ପ୍ରଦାନ ସମାରୋହରେ ଶ୍ରେଷ୍ଠ ଟେକନୋଲୋଜି ବ୍ୟାଙ୍କ ପୁରସ୍କାର ଲାଭ କରିଥିବା ତଥା କେନ୍ଦ୍ର ସରକାରଙ୍କ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତଣାଳୟ ଅନୁଯାୟୀ ଡିଜିଟାଲ ଦେଣନେଣ ସୂଚୀରେ ଶୀର୍ଷସ୍ଥାନ ଅଧିକାର କରିଥିବା ବ୍ୟାଙ୍କ ଅଫ ବରୋଦା ତାହାର ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମ ‘ବିଓବିୱର୍ଲଡ’ ଶୁଭାରମ୍ଭ କରିଛି। ଗ୍ରାହକଙ୍କ ସୁବିଧା ନିମନ୍ତେ ଗୋଟିଏ ସ୍ଥାନରେ ଏହାର ସମସ୍ତ ଡିଜିଟାଲ ବ୍ୟାଙ୍କ ସେବା ଯୋଗାଇବା ଉଦ୍ଦେଶ୍ୟରେ ଏହା ଶୁଭାରମ୍ଭ କରାଯାଇଛି। ଏଥିପାଇଁ ବ୍ୟାଙ୍କ ପକ୍ଷରୁ ଏକ ଆପ୍‍ ପ୍ରଚଳନ କରାଯାଇଛି। ସେଥିରେ ୨୨୦ଟି ସେବାକୁ ସମନ୍ୱିତ କରାଯାଇଛି। ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ ଗ୍ରାହକମାନେ ଉକ୍ତ ଆପ୍‍ରୁ ଏହି ସେବାଗୁଡିକର ସୁବିଧା ନେଇପାରିବେ। ଏହା ଗ୍ରାହକଙ୍କୁ ଚବିଶ ଘଣ୍ଟିଆ ଭିତ୍ତିରେ ଅର୍ଥ ଜମା କରିବା, ନିବେଶ, ଋଣ କରିବା ଏବଂ ସେମାନଙ୍କ ସୁବିଧା ଅନୁଯାୟୀ କିଣାକିଣି କରିବାର ସୁଯୋଗ ଯୋଗାଇଦେବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories