www.samajalive.in
Monday, December 15, 2025
26.1 C
Bhubaneswar

ମହାରାଷ୍ଟ୍ରରେ ବିଭାଗ ବଣ୍ଟନ: ଅଜିତଙ୍କୁ ଅର୍ଥ ଓ ଯୋଜନା, ଆଦିତ୍ୟଙ୍କୁ ପର୍ଯ୍ୟଟନ

ମୁମ୍ବଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ସରକାରରେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀମାନଙ୍କୁ ବିଭାଗ ଆବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀ ବିଭାଗ ବଣ୍ଟନ ତାଲିକା ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ନିକଟକୁ ପଠାଇଥିବାବେଳେ ରବିବାର ରାଜ୍ୟପାଳ ତାହାକୁ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ୱର୍ଲି ବିଧାୟକ ଆଦିତ୍ୟ ଠାକରେଙ୍କୁ ପରିବେଶ ଓ ପର୍ଯ୍ୟଟନ ବିଭାଗ ମିଳିଥିବାବେଳେ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କୁ ଅର୍ଥ ଏବଂ ଯୋଜନା ଓ ସମନ୍ବୟ ବିଭାଗ ପ୍ରଦାନ କରାଯାଇଛି। ଅନ୍ୟପଟେ ଶିବସେନାର ଅସନ୍ତୁଷ୍ଟ ରାଷ୍ଟ୍ରମନ୍ତ୍ରୀ ଅବଦୁଲ ସତ୍ତାରଙ୍କୁ ରାଜସ୍ବ, ଗ୍ରାମ୍ୟ ଉନ୍ନୟନ, ବନ୍ଦର ଭୂମି ବିକାଶ ଏବଂ ସ୍ବତନ୍ତ୍ର ସହାୟତା ବିଭାଗ ମିଳିଛି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସାଧାରଣ ପ୍ରଶାସନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ସୂଚନା ଓ ଲୋକସମ୍ପର୍କ, ଆଇନ ଏବଂ ନ୍ୟାୟିକ ବିଭାଗ ସମେତ ଅନ୍ୟାନ୍ୟ ବଳକା ବିଭାଗକୁ ନିଜ ହାତରେ ରଖିଛନ୍ତି। ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଥୋରାଟଙ୍କୁ ରାଜସ୍ବ ବିଭାଗ ଦିଆଯାଇଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନଙ୍କୁ ପୂର୍ତ୍ତ ବିଭାଗ ମିଳିଛି। ସେହିପରି ଶିବସେନାର ସୁଭାଷ ଦେଶାଇଙ୍କୁ ଶିଳ୍ପ ଏବଂ ଖଣି ବିଭାଗ ପ୍ରଦାନ କରାଯାଇଛି। ଏନସିପିର ଛଗନ ଭୂଜବଳଙ୍କୁ ଖାଦ୍ୟ, ଯୋଗାଣ ଏବଂ ଖାଉଟି ସୁରକ୍ଷା ବିଭାଗ ଦିଆଯାଇଥିବାବେଳେ ଜୟନ୍ତ ପାଟିଲଙ୍କୁ ଜଳସମ୍ପଦ ଏବଂ କମାଣ୍ଡ ଏରିଆ ଡେଭଲପମେଣ୍ଟ ଦାୟିତ୍ଵ ପ୍ରଦାନ କରାଯାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories