www.samajalive.in
Saturday, December 6, 2025
15.1 C
Bhubaneswar

ଲକ୍ଡ଼ାଉନ ସଜା : ରାସ୍ତାରେ ଉଠବସ୍ ହେଲେ ଦେଢ଼ କୋଟି ଟଙ୍କିଆ ଗାଡ଼ି ଚଢ଼ୁଥିବା ଯୁବକ

ଇନ୍ଦୋର: ଚେହେରା ସିନେମା ହିରୋ ଭଳିଆ, ଚଢ଼ୁଥିବା ରେସିଂ କାରର ଦାମ୍ ପ୍ରାୟ ଦେଢ଼ କୋଟି । ହେଲେ ଲକ୍ଡ଼ାଉନ ନିୟମ ଭାଙ୍ଗି ବିଚରା ରାସ୍ତାରେ ଉଠବସ୍ ହେଉଥିବାର ଫଟୋ ଦେଶ ସାରା ଭାଇରାଲ । ଘଟଣାଟି ହେଉଛି ମଧ୍ୟପ୍ରଦେଶ ରାଜଧାନୀ ଇନ୍ଦୋରର ।

କରୋନା ସଂକ୍ରମଣ ନିମନ୍ତେ ସାରା ଦେଶ ଲକ୍ଡ଼ାଉନ । ମଧ୍ୟପ୍ରଦେଶରେ  କରୋନା ସଂକ୍ରମଣ ସ୍ଥିତି ଆହୁରି ଗମ୍ଭୀର ହୋଇଥିବା ଯୋଗୁଁ ସେଠାରେ ସରକାର ଆହୁରି ସତର୍କ । ରାସ୍ତାରେ ଗାଡ଼ି ମୋଟର ତ ଦୂରର କଥା ଚାଲିଚାଲି ଯିବା ଲୋକଙ୍କୁ ବି ପୁଲିସ ବିନା କାରଣରେ ଛାଡ଼ୁ ନାହିଁ । ଏମିତି ସମୟରେ ଇନ୍ଦୋରର ଜଣେ ବଡ଼ ବ୍ୟବସାୟୀଙ୍କ ପୁଅ ନିଜର ପୋର୍ସେ ରେସିଂ କାର୍ ଧରି ରାସ୍ତାରେ ଦୃତ ବେଗରେ ଯାଉଥିବା ଦେଖି ପୁଲିସ ତାଙ୍କୁ ଅଟକାଇଥିଲା ।

- Advertisement -

ଏତେ ଜୋରରେ ଗାଡ଼ି ଚଳାଇବା ଓ ବାହାରକୁ ଯିବାର କାରଣ ପଚାରିବାରେ ଯୁବକ ଜଣକ କିଛି ଉତ୍ତର ଦେଇ ପାରି ନ ଥିଲେ। ବାହାରକୁ ବାହାରିବା ନିମନ୍ତେ ତାଙ୍କ ପାଖରେ ପାସ୍ ନ ଥିଲା କିମ୍ବା କିଛି ଜରୁରୀ କାରଣ ସେ ଦର୍ଶାଇ ପାରି ନ ଥିଲେ । ତେଣୁ ତାଙ୍କୁ ରାସ୍ତାରେ ଉଠବସ୍ ହେବାକୁ ପୁଲିସ ଅଧିକାରୀ ନିର୍ଦେଶ ଦେଇଥିଲେ । ଯୁବକଜଣକ ପ୍ରଥମେ ପ୍ରଥମେ ତ ଏଥିପାଇଁ ଅମଙ୍ଗ ହେଉଥିଲେ । ମାତ୍ର ପୁଲିସ କଠୋର ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଧମକ ଦେବାରୁ ବାଧ୍ୟ ହୋଇ ରାସ୍ତାରେ ଯୁବକଙ୍କୁ ଉଠବସ୍ ହେବାକୁ ପଡ଼ିଛି । ଯୁବକଙ୍କ ଗାଡ଼ି ସହ ଉଠବସ୍ ଭିଡ଼ିଓ ଓ ଫଟୋ  ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ପୋର୍ସେ କମ୍ପାନୀର ଯେଉଁ ଗାଡ଼ି ଯୁବକ ଜଣକ ଚଢ଼ି ଯାଉଥିଲେ ତାହା ରେସିଂ ମଡ଼େଲର ଏବଂ ଏହାର ପ୍ରାରମ୍ଭିକ ମୂଲ୍ୟ ୧.୮ କୋଟି ଟଙ୍କା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories