www.samajalive.in
Saturday, December 6, 2025
15.1 C
Bhubaneswar

ଲକଡାଉନ : ବିତିଲା ବ୍ୟଗ୍ରତା ଓ ଉତ୍କଣ୍ଠାର ଏକ ମାସ, ଶିକ୍ଷାଦେଲା ଜୀବନ ଜିଇଁବାର ନୂଆ ଉପାୟ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ରୋକିବାକୁ ଦେଶରେ ଲକଡାଉନ ଘୋଷଣା କରାଯାଇଛି। ଲକଡାଉନର ଏହି ଏକ ମାସ ଭିତରେ ଲୋକଙ୍କ ମଧ୍ୟରେ ଉଦବେଗ, ବ୍ୟଗ୍ରତା ଓ ଉତ୍କଣ୍ଠା ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ଏହି ଲକଡାଉନ ନୂଆ ଧରଣର ଜୀବନ ଯାପନ ପାଇଁ ବାଟ କଢ଼ାଇଥିବା ଆଲୋଚନା ହେଉଛି।

ଭାରତରେ କରୋନାକୁ ନେଇ ହୋଇଥିବା ଲକଡାଉନ ଏକ ମାସ ହୋଇଛି। ଚଳଚଂଚଳ ଜୀବନଯାତ୍ରା ସୀମିତ ହୋଇଛି। ବାହାରେ କରୋନ ଭୟ, ଲୋକେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ବାହାରେ ବୁଲିବା ତଥା କାମ ଅଭ୍ୟାସ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି। ମନରେ ଭରିଯାଉଛି ଉଦ୍ବେଗ, ରହିଛି ବ୍ୟଗ୍ରତା ଓ ଲକଡାଉନ ପରର ଉତ୍କଣ୍ଠା। କରୋନା ଭୂତାଣୁଠାରୁ ଦେଶବାସୀଙ୍କୁ ବଂଚାଇବା ପାଇଁ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୫ ତାରିଖରୁ ଲକଡାଉନ ଘୋଷଣା କରିବା ପରେ ଧନୀଠୁ ଗରିବ, ରାଜନେତାଠୁ ଶ୍ରମିକ, କର୍ପୋରେଟ, ସେଲିବ୍ରେଟି ଠାରୁ ନିରାଶ୍ରୟ ଦିନମଜୁରିଆ ପର୍ଯ୍ୟନ୍ତ ସମସ୍ତେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ମଇ ୩ ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି ଲକଡାଉନକୁ ନେଇ ସମସ୍ତଙ୍କ ମନରେ ବ୍ୟଗ୍ରତା ରହିଛି। ବିଭିନ୍ନ କାମରେ ବାହାରେ ବ୍ୟସ୍ତ ରହୁଥିବା ବ୍ୟକ୍ତି ଘରେ ରହି ଉତ୍କଣ୍ଠାରେ ଥିବା ବେଳେ କିଛି ଏହାକୁ ଏକ ସୁଯୋଗ ଭାବି ଉପଭୋଗ କରୁଛନ୍ତି। କିଛି କ୍ଷେତ୍ରରେ ପରିବାରଠୁ ଦୂରରେ ରହି ଲୋକେ ଚିନ୍ତାରେ ଥିବା ବେଳେ ଗରିବଟିଏ ଆର୍ଥିକ ସଂକଟରେ ରହିଛି। କିଛି ଚାକିରୀର ଭବିଷ୍ୟତକୁ ନେଇ ବ୍ୟଗ୍ର ରହିଥିବା ବେଳେ ଆଉ କିଛି ଆଗାମୀ ସମୟର କାର୍ଯ୍ୟକ୍ରମକୁ ନେଇ ଉତ୍କଣ୍ଠାରେ ରହିଛନ୍ତି। ଏସବୁ ମଧ୍ୟରେ କିନ୍ତୁ ଗୋଟିଏ ଭଲ ଗୁଣର ପରିପ୍ରକାଶ ପାଇଛି, ତାହା ହେଉଛି ଲୋକଙ୍କୁ ସାହାଯ୍ୟ କରିବା। ଅସୁବିଧାରେ ଥିବା ଲୋକଙ୍କୁ ସାହଯ୍ୟ କରିବାକୁ ଲୋକେ ଏବେ ଆପେ ଆପେ ମନ ବଳାଉଥିବା ଦେଖାଯାଇଛି। ପରିବେଶ ସୁନ୍ଦର ରହିଛି। ପ୍ରଦୂଷଣ କମିବା ସହ ଲୋକଙ୍କ ମଧ୍ୟରେ ଆତ୍ମିୟତା ବଢ଼ିଛି। ତା’ଛଡା ଏହି ଲକଡାଉନ ଲୋକଙ୍କୁ ଜୀବନ ଜିଇଁବାର ନୂଆ ମାଧ୍ୟମ ମଧ୍ୟ ଦେଇଛି। ତାହା ହେଉଛି ନିଜ କାମ ନିଜେ କରିବା। ବିନା ଚାକର ବାକରରେ ଘରର ସବୁ କାମ କରିବାକୁ ହେଉଛି। ସେଥିରେ ଲୋକଙ୍କ ମଧ୍ୟରେ ଟିକେ ବି ଦ୍ୱିଧା ନାହିଁ। ଆଗାମୀ ଦିନରେ ଲକଡାଉନ ଉଠିବା ପରେ ମଧ୍ୟ ଏହି ଶିକ୍ଷା ଲୋକଙ୍କୁ ସାହାଯ୍ୟ କରିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories