ଆରଡି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପୂଜା କରିଥିବା ବେଳେ ଭଦ୍ରକ ଜିଲା ଆରଡିପୀଠରେ ଥିବା ଶ୍ରୀରାମଙ୍କ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଛି। କୋଭିଡ ନିୟମକୁ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷାକରି ସ୍ଥାନୀୟ ଲୋକ ଅଖଣ୍ଡଦୀପ ପ୍ରଜ୍ୱଳନ କରିବା ସହ ହନୁମାନ ଚାଳିଶା ପାଠ କରିଥିଲେ। ଏପରିକି ପୀଠରୁ ଶ୍ରୀରାମଙ୍କ ଜନ୍ମଭୂମୀକୁ ପୂଣ୍ୟତୋୟା ବୈତରଣୀନଦୀର ଜଳ ଓ ମାଟି ଯାଇଥିଲା। ଏହି ଉତ୍ସବରେ ଶ୍ରୀରାମ ମନ୍ଦିରର ପରିଚାଳନା କମିଟର ସଭ୍ୟ ଉତ୍ତମ ମିଶ୍ର, ବାଲାଜି ଶଙ୍କର ପାଢୀ, କିସନ କୁମାର ପାଢୀଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।
Popular Categories



