www.samajalive.in
Saturday, December 6, 2025
23.1 C
Bhubaneswar

ଲଘୁଚାପ ବର୍ଷା; ଚାଷୀ ମନରେ ଦେଇଛି ଆନନ୍ଦ 

ବୋଲଗଡ: ଧାରା ଶ୍ରାବଣମାସ ସରିଥିଲେ ମଧ୍ୟ ଚାଷ ପାଇଁ ଆବଶ୍ୟକୀୟ ବର୍ଷା ହୋଇପାରି ନଥିଲା। ଚାଷ ଜମିରେ ଗାଇ ଚରିବା ସଂଗେସଂଗେ ଧାନ ରୁଆ ଜମି ଫାଟି ଆଁ କରିଥିଲା। ତେଣୁ ମହାମାରୀ କରୋନା ସମୟରେ ଚାଷୀ ମୁଣ୍ଡରେ ହାତଦେଇ ବସିଥିଲା। କିନ୍ତୁ ୨ ଦିନ ଧରି ଲଘୁଚାପ ଜନିତ ବର୍ଷା ହୋଇରୁ ଚାଷୀ ମନରେ ଆନନ୍ଦ ଆସିଛି। ଚାଷ ତରତର ବଣିଜ ମଠ ନିତିରେ ଚାଷୀ ତଳିରୁଆ କାମ ଆରମ୍ଭ କରିଛି। ବୋଲଗଡ ବ୍ଲକ ଅଂଚଳରେ ଜଳସେଚନର ବ୍ୟବସ୍ଥା ନଥିବାରୁ ଚାଷୀ ସର୍ବଦା ବର୍ଷା ଜଳ ଉପରେ ନିର୍ଭର କରିଥାଏ। ଏହା କୃଷି ବହୁଳ ଅଂଚଳ ହୋଇଥିବାରୁ ରାଜ୍ୟ ସରକାର ଚାଷ ଓ ଚାଷୀର ବିକାଶ ପାଇଁ ଜଳସେଚନ ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇଦେବାକୁ ଚାଷୀ ମାନେ ଦୃଢ ଦାବୀ କରିଅଛନ୍ତି। ଆଗାମି ଦିନରେ ଚାଷପାଇଁ ବହୁଳ ବର୍ଷା ଜଳ ଆବଶ୍ୟକତା ଥିବାରୁ ଲୋକମାନେ ଇନ୍ଦ୍ରଦେବତାଙ୍କୁ ପୂଜା କରିବା ସଂଗେସଂଗେ ବେଙ୍ଗବେଙ୍ଗୁଲିକୁ ବିବାହ କରୁଥିବାର ଦେଖାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories