www.samajalive.in
Monday, December 15, 2025
26.1 C
Bhubaneswar

ଚଢ଼ାଉ ବେଳେ ପୁଲିସ ଟିମକୁ ଆକ୍ରମଣ, ୨୬ ପୁଲିସ କର୍ମଚାରୀ ଆହତ

ସମାଜ ଡିଜିଟାଲ ଡେସ୍କ: ଗଞ୍ଜେଇ କାରବାର ଚାଲିଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ପୁଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୨୬ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆକ୍ରମଣକାରୀ ପୁଲିସ କର୍ମଚାରୀଙ୍କ ୫ଟି ଗାଡ଼ି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଯୁବ ଗ୍ରାମ ନିକଟରେ ଗୁରୁବାର ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

ଗ୍ରାମ ନିକଟରେ ଗଞ୍ଜେଇ ଚାଲାଣ ସମ୍ପର୍କରେ ସୂଚନା ପାଇଁ ମୋହନା ଏବଂ ଅଡବା ଥାନାର ମିଳିତ ଟିମ ଗୁରୁବାର ରାତିରେ ଚଢ଼ାଉ କରିବାକୁ ଯାଇଥିଲେ। ହେଲେ ଗଞ୍ଜେଇ ମାଫିଆ ଏବଂ ସେମାନଙ୍କ ସହଯୋଗୀମାନେ ପୁଲିସ ଟିମକୁ ଘେରିଯାଇ ଆକ୍ରମଣ କରିଥିଲେ। ଆକ୍ରମଣରେ ଏସଡିପିଓଙ୍କ ସମେତ ୨୬ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ରାତିରେ ସେମାନଙ୍କୁ ଅଟକ ରଖିଥିଲେ। ବହୁ ସମୟ ପରେ ପୁଲିସ କର୍ମଚାରୀମାନେ ସେମାନଙ୍କୁ ବୁଝାଶୁଝା କରି ମୁକୁଳିଥିଲେ। ଏ ସମ୍ପର୍କରେ ଉଭୟ ଥାନାର ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories