www.samajalive.in
Sunday, December 14, 2025
23.1 C
Bhubaneswar

୧୧ଦିନ ପରେ ମିଳିଲା ନିଖୋଜ ଶିଶୁର ମୃତଦେହ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ୧୫ନମ୍ବର ୱାର୍ଡ ଘାଗୁଡିମାଳ ଗ୍ରାମର ଅଜିତ ନାଗବଂଶଙ୍କ ନିଖୋଜ ପୁଅର ମୃତଦେହକୁ ୧୧ଦିନ ପରେ ଠାବ କରିଛି ପୁଲିସ। ଶୁକ୍ରବାର ସକାଳେ ଅଜିତ ଓ ଗ୍ରାମର କିଛି ଲୋକ ଘାଗୁଡିମାଳ ନାଳର ମଶାଣି ତୁଠକୁ ଶୌଚ ପାଇଁ ଯାଇଥିଲେ। ସେଠାରେ ପଚା ଦୁର୍ଗନ୍ଧ ହେବାରୁ ଖୋଜାଖୋଜି କରିଥିଲେ। ଲଟା ମୂଳରେ ଶିଶୁର ମୃତଦେହ ଦେଖିଥିଲେ। ପୁଅ ପିନ୍ଧିଥିବା ସାର୍ଟକୁ ଦେଖି ବାପା ଅଜିତ ଚିହ୍ନି ପାରି ସ୍ଥାନୀୟ ପୁଲିସକୁ ଯୋଗାଯୋଗ କରିଥିଲେ। ଖବର ପାଇ ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଏସଆଇ ପୁରୁଷୋତ୍ତମ ଜାନି ଘଟଣାସ୍ଥଳରେ ପହଞ୍ଚି ଉପରିସ୍ଥ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଖବର ପାଇ ଏସଡିପିଓ ଗୌରହରି ସାହୁ ଓ ତଦନ୍ତକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଶିଶୁର ମୃତଦେହକୁ କୋରାପୁଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରୀକ୍ଷା ନିମନ୍ତେ ପଠାଇଛନ୍ତି। ଶିଶୁର ମୃତଦେହ ସହ ବାପା ଅଜିତ ଓ କୁନୁ ନାଗବଂଶ ଯାଇଥିବା ଜଣାପଡ଼ିଛି। ଶିଶୁଟି ଏତେ ଦୂର କେମିତି ଆସି ତା’ର ମୃତ୍ୟୁ ଘଟିଲା, ଆମେ କାହାରିକୁ ସନ୍ଦେହ କରିନାହୁଁ ବୋଲି ବାପା ଅଜିତ ନାଗବଂଶ, ଜେଜେବାପା ଯୁଧିଷ୍ଠିର ନାଗବଂଶ, ଜେଜେମାଆ ଶ୍ରାବଣୀ ନାଗବଂଶ ଓ ମାଆ ଲିପି ନାଗବଂଶ ପ୍ରମୁଖ କହିଛନ୍ତି।

ପ୍ରକାଶ ଥାଉକି, ୧୧ତାରିଖ ମଙ୍ଗଳବାର ସନ୍ଧ୍ୟାରେ ୧ ବର୍ଷ ଛଅ ମାସର ଶିଶୁ ନିଖୋଜ ହୋଇଥିବା ନେଇ ବୁଧବାର ସକାଳୁ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ନେଇ ସ୍ଥାନୀୟ ପୁଲିସ ଘାଗୁଡିମାଳ ଯାଇ ତଦନ୍ତ କରିଥିଲା। ସେହିଦିନ ସନ୍ଧ୍ୟାରେ ଏସଡିପିଓ ଆସି ତଦନ୍ତ କରିଥିଲେ। ଏହାପରେ ସନ୍ଧାନୀ କୁକୁର ଆଣି ତଦନ୍ତ କରିଥିଲେ। ତଥାପି ଶିଶୁର କୌଣସି ସନ୍ଧାନ ପାଇ ନ ଥିଲେ। ଯବାନ ଓ ପୁଲିସ ମିଳିତ ଭାବେ ଗ୍ରାମ ନିକଟସ୍ଥ ପାହାଡ଼, ନାଳ, ଗୁଡ଼ିଆ, ବଣ ଜଙ୍ଗଲ ସବୁ ଖୋଜାଖୋଜି କରିଥିଲେସୁଦ୍ଧା କୌଣସି ସନ୍ଧାନ ନ ପାଇ ନିରାଶ ହୋଇ ଫେରିଥିଲେ। ଶିଶୁକୁ କିଏ ଅପହରଣ କରି ନେଇଥିବା ସନ୍ଦେହ କରିଥିଲେ। ଆଜି ପୁଲିସ ଶିଶୁର ମୃତଦେହ ଠାବ କରିଛି।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories