ସମାଜ ଡିଜିଟାଲ ଡେସ୍କ: ସତ୍ୟନଗର ଶ୍ମଶାନରୁ ପୁଲିସ ଶନିବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି। ମୃତା ମହିଳା ହେଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ସ୍ତ୍ରୀ। କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିବା ପରେ ତାଙ୍କ ବୋହୂ ଶନିବାର ମୃତଦେହକୁ ଭୁବନେଶ୍ଵର ସତ୍ୟନଗରସ୍ଥିତ ଶ୍ମଶାନକୁ ନେଇ ଦାହ କରାଉଥିଲେ। ଏ ସମ୍ପର୍କରେ ଖବରପାଇ ମୃତା ମହିଳାଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ମୃତା ମହିଳାଙ୍କ ପୁଅଙ୍କର ପୂର୍ବରୁ ମୃତ୍ୟୁ ଘଟିଛି। ତେଣୁ ସେ ବୋହୂଙ୍କ ପାଖରେ ରହୁଥିଲେ।



