ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ ପାଇଁ ଗୁପ୍ତଚରି କରୁଥିବା ହରିୟାଣାର ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କ ରଖି ଅଡୁଆରେ ପଡ଼ିଛନ୍ତି ପୁରୀ ଯୁବତୀ ପ୍ରିୟଙ୍କା ସେନାପତି। ତାଙ୍କୁ ପୁଣି ଥରେ ଜେରା କରାଯାଉଥିବା ସୂଚନା ମିଳିଛି। ଜ୍ୟୋତିଙ୍କ ସହ ଲିଙ୍କ୍ ଥିବାରୁ ପୁଲିସ ବିଭିନ୍ନ ଦିଗକୁ ନେଇ ଜେରା କରୁଥିବା ପୁରୀ ଏସପି ଭିନିତ ଅଗ୍ରଓ୍ବାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରିୟଙ୍କାଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ମଧ୍ୟ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ଅନ୍ୟ କୌଣସି ସନ୍ଦିଗ୍ଧ ଆକାଉଣ୍ଟରୁ ଟଙ୍କା ଆସିଛି କି ନେହିଁ ତାହାକୁ ନେଇ ତଦନ୍ତ ଚାଲିଛି।
ସୂଚନାଯୋଗ୍ୟ, ପାକିସ୍ତାନ ପାଇଁ ଗୁପ୍ତଚରି କରୁଥିବା ଜ୍ୟୋତିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଯାଞ୍ଚ ବେଳେ ପ୍ରିୟଙ୍କାଙ୍କ ସହିତ ତାଙ୍କର ଲିଙ୍କ୍ ଥିବା ଜଣାପଡ଼ିଥିଲା। ଜ୍ୟୋତି ପୁରୀ ଆସିଥିଲେ ଏବଂ ଏଠାରେ ପ୍ରିୟଙ୍କା ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିଲେ। ହରିୟାଣା ପୁଲିସ ତଥ୍ୟ ଆଧାରରେ ପୁରୀ ପୁଲିସ ପ୍ରିୟଙ୍କାଙ୍କୁ ଜେରା କରିଥିଲା। ପ୍ରିୟଙ୍କା ଜ୍ୟୋତିଙ୍କ ସହିତ ପାକିସ୍ତାନ ଯାଇଥିବା ମଧ୍ୟ ଜଣାପଡ଼ିଥିଲା। ହରିୟାଣା ପୁଲିସର ତଥ୍ୟକୁ ଆଧାର କରି ଏଠାକାର ପୁଲିସ ତାଙ୍କୁ ଜେରା କରୁଛି।



